ତ୍ରିପୁରାରେ ୪୦ କୋଟିର ୟାବା ଟାବଲେଟ ଜବତ, ଟ୍ରକ ଚାଳକ ଗିରଫ
ଅଗରତଲା, ୧୬ ସେପ୍େଟମ୍ବର (ହି.ସ.)- ତ୍ରିପୁରା ପୁଲିସ, ଆସାମ ରାଇଫଲ୍ସ ଏବଂ ଡାଇରେକ୍ଟୋରେଟ ଅଫ ରେଭେନ୍ୟୁ ଇଂଟେଲିଜେନ୍ସ (ଡିଆରଆଇ)ର ମିଳିତ ଟିମ ଉତର ତ୍ରିପୁରାର ପାଣିସାଗର ନାକା ଅଂଚଳରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ପ୍ରାୟ ପାଂଚ ଲକ୍ଷ ୟାବା ଟାବଲେଟ ଜବତ କରିଛି। ଜବତ ନିଶାଦ୍ରବ୍ୟର ଅନ୍ତର୍ଜାତୀୟ
ତ୍ରିପୁରାରେ ୪୦ କୋଟିର ୟାବା ଟାବଲେଟ ଜବତ, ଟ୍ରକ ଚାଳକ ଗିରଫ


ଅଗରତଲା, ୧୬ ସେପ୍େଟମ୍ବର (ହି.ସ.)- ତ୍ରିପୁରା ପୁଲିସ, ଆସାମ ରାଇଫଲ୍ସ ଏବଂ ଡାଇରେକ୍ଟୋରେଟ ଅଫ ରେଭେନ୍ୟୁ ଇଂଟେଲିଜେନ୍ସ (ଡିଆରଆଇ)ର ମିଳିତ ଟିମ ଉତର ତ୍ରିପୁରାର ପାଣିସାଗର ନାକା ଅଂଚଳରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ପ୍ରାୟ ପାଂଚ ଲକ୍ଷ ୟାବା ଟାବଲେଟ ଜବତ କରିଛି। ଜବତ ନିଶାଦ୍ରବ୍ୟର ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ପ୍ରାୟ ୪୦ କୋଟି ଟଙ୍କା ଆକଳନ କରାଯାଇଛି।

ପାଣିସାଗରର ଏସଡିପିଓ କିଶଲୟ ଶିଶୋଦିଆଙ୍କ ଅନୁଯାୟୀ, ସୁରକ୍ଷା ବଳଙ୍କୁ ଗୁପ୍ତ ସୂଚନା ମିଳିଥିଲା ଯେ ଆସାମରୁ ଏକ ଟ୍ରକ ଯୋଗେ ନିଶାଦ୍ରବ୍ୟର ଚାଲାଣ ତ୍ରିପୁରାକୁ ଅଣାଯାଉଛି। ସୂଚନା ଆଧାରରେ ମିଳିତ ଟିମ ଆସାମରୁ ଅଗରତଲା ଆଡ଼କୁ ଯାଉଥିବା ଟାଟା ଟ୍ରକକୁ ପାଣିସାଗର ନାକାରେ ଅଟକାଇ ତଲାସୀ ନେଇଥିଲା।

କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କରାଯାଇଥିବା ଗଭୀର ତଲାସୀ ସମୟରେ ଟ୍ରକ ଭିତରେ ବିଶେଷ ଭାବେ ତିଆରି କରାଯାଇଥିବା ଏକ ଗୁପ୍ତ କେବିନର ସନ୍ଧାନ ମିଳିଥିଲା। ଏହି ଲୁଚାଯାଇଥିବା କକ୍ଷରେ ୟାବା ଟାବଲେଟ ରଖାଯାଇଥିଲା। ପୁଲିସ ଟ୍ରକ ଚାଳକଙ୍କୁ ଗିରଫ କରିଛି। ମାମଲାରେ ଏନଡିପିଏସ ଆଇନର ସମ୍ପୃକ୍ତ ଧାରା ଅନୁଯାୟୀ ଏତଲା ରୁଜୁ କରି ପରବର୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

ତ୍ରିପୁରାର ମୁଖ୍ୟମନ୍ତ୍ରୀ ଡ. ମାଣିକ ସାହା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନର ସୂଚନା ସେୟାର କରି ସୁରକ୍ଷା ବଳଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ ଏହାକୁ ନିଶାମୁକ୍ତ ତ୍ରିପୁରା' ଅଭିଯାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି।

-------------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande