ନୂଆଦିଲ୍ଲୀ-ହାୱଡ଼ା, ଆନନ୍ଦ ବିହାର-ଭାଗଲପୁର ସମେତ ପାଂଚ ଯୋଡ଼ା ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ଚଳାଇବ ଉତର ରେଳବାଇ
ନୂଆଦିଲ୍ଲୀ, ୧୬ ସେପ୍େଟମ୍ବର (ହି.ସ.)- ଆଗାମୀ ପର୍ବପର୍ବାଣୀ ଋତୁରେ ରେଳ ଯାତ୍ରୀଙ୍କ ସୁବିଧା ଏବଂ ଟ୍ରେନ ଓ ଷ୍ଟେସନଗୁଡ଼ିକରେ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଉତର ରେଳବାଇ ପାଂଚ ଯୋଡ଼ା ପ୍ରମୁଖ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ଚଳାଇବ। ଏହା ବ୍ୟତୀତ ନୂଆଦିଲ୍ଲୀ-ଦାନାପୁର-ନୂଆଦିଲ୍ଲୀ ସୁପରଫାଷ୍ଟ ସ୍ପେଶା
ନୂଆଦିଲ୍ଲୀ-ହାୱଡ଼ା, ଆନନ୍ଦ ବିହାର-ଭାଗଲପୁର ସମେତ ପାଂଚ ଯୋଡ଼ା ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ଚଳାଇବ ଉତର ରେଳବାଇ


ନୂଆଦିଲ୍ଲୀ, ୧୬ ସେପ୍େଟମ୍ବର (ହି.ସ.)- ଆଗାମୀ ପର୍ବପର୍ବାଣୀ ଋତୁରେ ରେଳ ଯାତ୍ରୀଙ୍କ ସୁବିଧା ଏବଂ ଟ୍ରେନ ଓ ଷ୍ଟେସନଗୁଡ଼ିକରେ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଉତର ରେଳବାଇ ପାଂଚ ଯୋଡ଼ା ପ୍ରମୁଖ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ଚଳାଇବ। ଏହା ବ୍ୟତୀତ ନୂଆଦିଲ୍ଲୀ-ଦାନାପୁର-ନୂଆଦିଲ୍ଲୀ ସୁପରଫାଷ୍ଟ ସ୍ପେଶାଲ ଏକ୍ସପ୍ରେସର ପରିଚାଳନା ଅବଧି ଏବଂ ଫେରା ସଂଖ୍ୟାରେ ମଧ୍ୟ ବୃଦ୍ଧି କରାଯାଇଛି।

ଉତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ହିମାଂଶୁ ଶେଖର ଉପାଧ୍ୟାୟଙ୍କ ଅନୁଯାୟୀ, ପର୍ବପର୍ବାଣୀର ଚାହିଦାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ-ହାୱଡ଼ା, ଆନନ୍ଦ ବିହାର ଟର୍ମିନାଲ-ଭାଗଲପୁର, ଯୋଗ ନଗରୀ ଋଷିକେଶ-କୋଲକାତା, ଅମୃତସର-କୋଲକାତା ଏବଂ ଅମୃତସର-ବରୌଣୀ ମଧ୍ୟରେ ବିଶେଷ ଟ୍ରେନ ସେବା ପରିଚାଳିତ ହେବ।

ଗାଡ଼ି ସଂଖ୍ୟା ୦୪୦୫୨/୦୪୦୫୧ ନୂଆଦିଲ୍ଲୀ-ହାୱଡ଼ା ଜଙ୍କସନ-ନୂଆଦିଲ୍ଲୀ ଆରକ୍ଷିତ ସାପ୍ତାହିକ ସ୍ପେଶାଲ ଟ୍ରେନ ଚଳାଯିବ। ଗାଡ଼ି ସଂଖ୍ୟା ୦୪୦୫୨ ନୂଆଦିଲ୍ଲୀରୁ ୨ ଅକ୍ଟୋବରରୁ ୨୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ସନ୍ଧ୍ୟା ୧୮:୧୫ ବେଳେ ଛାଡ଼ି ପରଦିନ ରାତି ୨୩:୪୦ ବେଳେ ହାୱଡ଼ାରେ ପହଂଚିବ। ଫେରିବା ସମୟରେ ଗାଡ଼ି ସଂଖ୍ୟା ୦୪୦୫୧ ହାୱଡ଼ାରୁ ୪ ଅକ୍ଟୋବରରୁ ୨୯ ନଭେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ବିଳମ୍ବିତ ରାତି ୦୧:୪୦ ବେଳେ ଛାଡ଼ି ପରଦିନ ସକାଳ ୦୮:୨୦ ବେଳେ ନୂଆଦିଲ୍ଲୀରେ ପହଂଚିିବ। ଉଭୟ ଦିଗରେ ଏହାର ୯-୯ ଫେରା ପରିଚାଳିତ ହେବ। ଏହି ଟ୍ରେନ ଗାଜିଆବାଦ, ଅଲିଗଡ଼ ଜଙ୍କସନ, ଟୁଣ୍ଡଲା, ଗୋବିନ୍ଦପୁରୀ, ସୁବେଦାରଗଞ୍ଜ, ମିର୍ଜାପୁର, ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, ବକ୍ସର, ଆରା, ପାଟନା ଜଙ୍କସନ, ବଖ୍ତିୟାରପୁର, କିଉଲ, ଝାଝା, ଜସିଡିହ, ମଧୁପୁର, ଚିତରଞ୍ଜନ, ଆସନସୋଲ, ଦୁର୍ଗାପୁର, ବର୍ଦ୍ଧମାନ ଷ୍ଟେସନରେ ରହିବ।

---------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande