କଦଳୀରେ ମିଶାଯାଉଛି ଇଥୋପନ୍ ଭଳି ବିଷାକ୍ତ ରସାୟନ, ପ୍ରଶାସନର ଚଢାଉ ଦାବି
ଜୟପୁର, 16 ସେପ୍ଟେମ୍ବର (ହି.ସ.) କୋରପୁଟ ଜିଲାରେ ଥିବା ବଜାରରେ ବିକ୍ରି ହେଉଥିବା କଦଳୀରେ ମିଶାଯାଉଛି ଇଥୋପନ୍ ଭଳି ବିଷାକ୍ତ ରସାୟନ । ତେଣୁ ଜିଲା ପ୍ରଶାସନ କଦଳୀ ଗୋଦାମ ଉପରେ ଚଢାଉ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି । କୋରାପୁଟ ଜିଲାର ସେମଳିଗୁଡା, କୋରାପୁଟ ଜୟପୁର, କୋଟପାଡ , ବୋର
କଦଳୀରେ ମିଶାଯାଉଛି ଇଥୋପନ୍ ଭଳି ବିଷାକ୍ତ ରସାୟନ, ପ୍ରଶାସନର ଚଢାଉ ଦାବି


ଜୟପୁର, 16 ସେପ୍ଟେମ୍ବର (ହି.ସ.) କୋରପୁଟ ଜିଲାରେ ଥିବା ବଜାରରେ ବିକ୍ରି ହେଉଥିବା କଦଳୀରେ ମିଶାଯାଉଛି ଇଥୋପନ୍ ଭଳି ବିଷାକ୍ତ ରସାୟନ । ତେଣୁ ଜିଲା ପ୍ରଶାସନ କଦଳୀ ଗୋଦାମ ଉପରେ ଚଢାଉ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି । କୋରାପୁଟ ଜିଲାର ସେମଳିଗୁଡା, କୋରାପୁଟ ଜୟପୁର, କୋଟପାଡ , ବୋରିଗୁମ୍ମା ବୈପାରିଗୁଡା ବଜାରରେ ଆଖିକୁ ସୁନ୍ଦର ଓ ପାଟିକୁ ସ୍ୱାଦ ପାଇଁ ବଜାରରେ ବିକ୍ରି ଖାଦ୍ୟରେ ଯେଉଁଭଳି ଅପମିଶ୍ରଣ କରାଯାଉଛି, ତାହା ଲୋକଙ୍କ ଶରୀରରେ ନାନାଦି ରୋଗର କାରଣ ସାଜିଛି ।

ନିକଟରେ ଛେନା ଓ ପନିର ଅପମିଶ୍ରଣକୁ ନେଇ ଦେଶବ୍ୟାପୀ ତମ୍ବିତୋଫାନ ହୋଇଥିଲା । ରାଜ୍ୟରେ ସହ କୋରାପୁଟ ଜିଲାରେ ବି ଏହାକୁ ନେଇ ଘନ ଘନ ଚଢ଼ଉ ହେଲା ଏବଂ ଅପମିଶ୍ରିତ ଛେନା ଓ ପନିର ଜବତ କରାଯାଇ ନଷ୍ଟ କରାଗଲା । ବିଷାକ୍ତ ମୋମୋ ଜବତ ଘଟଣା ବି ଲୋକଙ୍କ ନିଦ ହଜାଇ ଦେଇଥିଲା । ଏନେଇ ଚର୍ଚ୍ଚା ଥମି ନଥିବା ବେଳେ ଆଜି ସବୁଠୁ ଭଲ ସ୍ୱାସ୍ଥ୍ୟକର ଖାଦ୍ୟ କୁହାଯାଉଥିବା ପାଚିଲା କଦଳୀକୁ ନେଇ ଏଭଳି କିଛି ଭୟ ଜାତ ହୋଇଛି । କାର୍ବାଇଡ୍ରେ କଟକଣା ଲାଗିବା ପରେ ବେପାରୀମାନେ ଲାଭ ଆଶାରେ ଅଳ୍ପ ସମୟରେ ଏହାକୁ ପଚାଇବାକୁ ଇଥୋପନ୍ ଭଳି ବିଷାକ୍ତ ରସାୟନର ମାତ୍ରାଧିକ ବ୍ୟବହାର କରୁଛନ୍ତି । ଛୋଟ ଛୋଟ ଡବାରେ ମିଳୁଥିବା ଏହି ରସାୟନ ପାଣିରେ ମିଶାଇ କଦଳିରେ ସିଞ୍ଚନ କରାଯାଉଛି । ଯାହା ୨୪ ଘଣ୍ଟାରୁ କମ୍ ସମୟ ଭିତରେ କଦଳି ଫେଣାକୁ ପଚାଇ ଦେଉଛି । ଖାଦ୍ୟ ନିରାପତ୍ତା ଦଳ ଯାଞ୍ଚ ବେଳେ ଏଭଳି ବିଷାକ୍ତ ରସାୟନ ବ୍ୟବହାର ଘଟଣା ପଦାକୁ ଆସିଛି । ଯାହା ସ୍ୱାସ୍ଥ୍ୟପକ୍ଷେ ହାନିକାରକ ଓ ମାରାତ୍ମକ । ପୂଜା ବଜାରରେ ଫଳର ଚାହିଦା ବେଶି । ଆଗକୁ ବିଶ୍ୱକର୍ମା ପୁଜା, ଦଶହରା ଥିବାରୁ ବେପାରୀମାନେ ଭଳିକି ଭଳି ଫଳ ଗଦା କରି ରଖିଛନ୍ତି । ଫଳ ଭିତରେ ପୂଜା ବଜାରରେ କଦଳୀର ଚାହିଦା ଅଧିକ । ଏହାର ସୁଯୋଗ ନେଇ ବେପାରୀମାନେ ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ୍ ଟ୍ରକ୍ କଦଳି କାନ୍ଦିକୁ ପଚାଇବାକୁ ମାତ୍ରାଧିକ ଇଥୋପନ୍ ବ୍ୟବହାର କରୁଛନ୍ତି । ପ୍ରଶାସନ ଯାଞ୍ଚ ବେଳେ କଦଳୀ ପଚାଇବାକୁ ମାତ୍ରାଧିକ ଇଥୋପନ୍ ସିଞ୍ଚନ କରୁଥିବା ଜଣାପଡ଼ିଥିଲା । ଏହି ରାସାୟନିକ ପଦାର୍ଥ ଓ ସ୍ପ୍ରେୟର ସବୁ ଜବତ କରାଯାଇଛି । ଏଫ୍ଏସ୍ଏସ୍ଏଆଇ ମାର୍ଗଦର୍ଶିକା ଅନୁସାରେ ଏଥିଲିନ୍ ବ୍ୟବହାର କରିକୁ କୁହାଯାଇଥିବା ବେଳେ ବ୍ୟବସାୟୀ ମାନେ ଅଧିକ ରୋଜଗାର ପାଇ ବିଷାକ୍ତ କଦଳୀରେ ମିଶାଯାଉଛି ଇଥୋପନ୍ ଭଳି ବିଷାକ୍ତ ରସାୟନ । ତେଣୁ ପ୍ରଶାସନ ଜୟପୁର ସମୟରେ ଜିଲାରେ ଥିବା ବିଭିନ୍ନ କଦଳି ଗୋଦାମ ଉପରେ ଚଢାଉ କରି କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande