କେନ୍ଦୁଝରରେ ଅକ୍ଟୋବର ୯ ଓ ୧୦ରେ ଜାତୀୟସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
କେନ୍ଦୁଝର, ୧୬ ସେପ୍ଟେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲାର ଐତିହ୍ୟ, କଳା, ସଂସ୍କୃତି ଓ ପ୍ରକୃତିକୁ ନେଇ ମାଧ୍ୟମରେ ଜାତୀୟସ୍ତରରେ ପହଂଚାଇବା ଲକ୍ଷ୍ୟରେ ଆସନ୍ତା ଅକ୍ଟୋବର ୯ ଓ ୧୦, ୨୦୨୬ ତାରିଖରେ କେନ୍ଦୁଝରରେ ଏକ ଜାତୀୟସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଏହି ମହ
Short film festival


କେନ୍ଦୁଝର, ୧୬ ସେପ୍ଟେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲାର ଐତିହ୍ୟ, କଳା, ସଂସ୍କୃତି ଓ ପ୍ରକୃତିକୁ ନେଇ ମାଧ୍ୟମରେ ଜାତୀୟସ୍ତରରେ ପହଂଚାଇବା ଲକ୍ଷ୍ୟରେ ଆସନ୍ତା ଅକ୍ଟୋବର ୯ ଓ ୧୦, ୨୦୨୬ ତାରିଖରେ କେନ୍ଦୁଝରରେ ଏକ ଜାତୀୟସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।

ଏହି ମହୋତ୍ସବର ଉଦ୍ଘାଟନୀ ସମାରୋହ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଓଡ଼ିଆ କଳାକୁ ଜାତୀୟ ଆୟାମ କରି ହିନ୍ଦୀ କଳାକୁ ଭାରତବର୍ଷର ଅନେକ ପ୍ରତିଷ୍ଠିତ କଳାକାର ଏବଂ କଳାକୃତି ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷ ଏହି ମହୋତ୍ସବରେ ଯୋଗଦାନ କରିବେ।

ଏହି ମହୋତ୍ସବ କେବଳ ଓଡ଼ିଆ କିମ୍ବା ହିନ୍ଦୀ କଳାକୁ ନେଇ ସୀମିତ ନ ରହି ଭାରତର ବିଭିନ୍ନ କଳାକୁ ନେଇ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହେବ। ବିଶେଷକରି ତେଲୁଗୁ, ତାମିଲ, ମାଲାୟାଲମ, କନ୍ନଡ, ହିନ୍ଦୀ ଓ ଓଡ଼ିଆ ସମେତ ଦେଶର ବିଭିନ୍ନ ଭାଷା ଓ କଳାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିବ।

ଦେଶର ବିଭିନ୍ନ ପ୍ରାନ୍ତରୁ ନୃତ୍ୟଶିଳ୍ପୀ, କଳାକାର, କଣ୍ଠଶିଳ୍ପୀ ଓ ସୃଜନଶୀଳ ବ୍ୟକ୍ତିତ୍ୱମାନେ କେନ୍ଦୁଝରରେ ମିଳିତ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବେ।

ଦୁଇଦିନିଆ ଏହି କଳାକୃତି ମହୋତ୍ସବର ସମାପନୀ ସମାରୋହ ଅକ୍ଟୋବର ୧୦, ୨୦୨୬ ତାରିଖରେ ଅନୁଷ୍ଠିତ ହେବ। ଏହି ସମାରୋହରେ ମଧ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ। ଏହି ଜାତୀୟସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର କାର୍ଯ୍ୟକ୍ରମ ଆୟୋଜନ ନିର୍ଦ୍ଦେଶକ ଶ୍ରୀ ଅବିନାଶ ରାଉତଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲାକୁ ଏକ ନୂଆ ପରିଚୟ ଦିଆଯିବାର ଲକ୍ଷ୍ୟ ରହିଛି। କେନ୍ଦୁଝରର ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ, କଳା, ସଂସ୍କୃତି ଓ ସ୍ଥାନୀୟ ପ୍ରତିଭାକୁ ଜାତୀୟ ମଂଚରେ ପହଂଚାଇବା ଏହି ପ୍ରୟାସର ମୁଖ୍ୟ ଲକ୍ଷ୍ୟ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande