ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଧାର ହୋଇଛି ମୃତ ଶରୀର ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ।
ଘଟଗାଁ, ୧୬ ସେପ୍ଟେମ୍ବର ( ହି. ସ ) ଘଟଗାଁ ଥାନା ରାଜପାଟ ଅଟେଇ ଜଙ୍ଗଲରୁ ଏକ ଯୁବକର ଝୁଲନ୍ତା ମୃତ ଦେହ ଘଟଗାଁ ପୁଲିସ ଉଧାର କରି ତଦନ୍ତ ଚଳାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ। ପ୍ରକାଶ ଥାଉକି ଘଟଗାଁ ଥାନା ବେଢାପାଳ ଗ୍ରାମର ବନମାଳୀ ନାଏକ( ୫୫) ଙ୍କ ରାଜପାଟ ନିକଟ ଜଙ୍ଗଲରେ ଏକ ଗ
ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଧାର ହୋଇଛି ମୃତ ଶରୀର ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ।


ଘଟଗାଁ, ୧୬ ସେପ୍ଟେମ୍ବର ( ହି. ସ ) ଘଟଗାଁ ଥାନା ରାଜପାଟ ଅଟେଇ ଜଙ୍ଗଲରୁ ଏକ ଯୁବକର ଝୁଲନ୍ତା ମୃତ ଦେହ ଘଟଗାଁ ପୁଲିସ ଉଧାର କରି ତଦନ୍ତ ଚଳାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ। ପ୍ରକାଶ ଥାଉକି ଘଟଗାଁ ଥାନା ବେଢାପାଳ ଗ୍ରାମର ବନମାଳୀ ନାଏକ( ୫୫) ଙ୍କ ରାଜପାଟ ନିକଟ ଜଙ୍ଗଲରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତ ଦେହଥିବା ଜଙ୍ଗଲ ଯାଉଥିବା ଆଞ୍ଚଳିକ ଲୋକ ଦେଖିବକୁ ପାଇଥିଲେ। ସୂଚନା ଥାଉକି ବନମାଳୀ ନାଏକ ଆଜକୁ ୩୦ ବର୍ଷ ପୂର୍ବରୁ ଘଟଗାଁ ଥାନ ଉପରଡ଼ିହା ଗ୍ରାମରୁ ବେଢାପାଳ ଗାଁକୁ ଆସିଥିଲେ। ତାଙ୍କ ସ୍ତ୍ରୀ ଗେହ୍ଲେଇ ନାଏକ ଙ୍କ ଇତିଶ୍ରୀ ପରେ ବନମାଳୀ ବେଳେ ବେଳେ ଘରକୁ ନ ଆସି ରାଜପାଟ କିମ୍ବା ଘଟଗାଁରେ ରହୁଥିଲେ।ହଠାତ ତାଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳବାସୀ ସ୍ତବ୍ଧ ହେବା ସଙ୍ଗେ କେଉଁ କାରଣରୁ ଏବଂ କାହଁକି ଏଭଳି ଘଟଣା ଘଟିଲା ଆଲୋଚନା କରୁଛନ୍ତି। ତେବେ ଘଟଣା ସ୍ଥଳରେ ଘଟଗାଁ ପୁଲିସ ପହଂଚି ମୃତ ଦେହକୁ ଜବତ କରି ଏକ ମାମଲା ରଜୁ କରି ତଦନ୍ତ ଚଳାଇଛି। ରିପୋର୍ଟ ପୂର୍ବରୁ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନଥିବା ବେଳେ ପୁଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣା ପଡିବ।ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ ଜେନା.

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande