ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ, ଅଂଚଳରେ ଶୋକାକୁଳ ପରିବେଶ
ବଲାଙ୍ଗୀର, ୧୬ ସେପ୍ଟେମ୍ବର(ହି.ସ.) – ଟିଟିଲାଗଡ ସହରର ସୁପରିଚିତ ଛାତ୍ର ବତ୍ସଳ ଶିକ୍ଷକ/ଲେଖକ ଭାବେ ଖ୍ୟାତି ଅର୍ଜନ କରିଥିବା ଅଭିନ କିଶୋର ରଥଙ୍କ ଆଜି ସନ୍ଧ୍ୟା ଛ’ଟା ସମୟରେ ନିଜ ନୀଳଚକ୍ର ନଗର ବାସ ଭବନରେ ପରଲୋକ ଗମନ ଘଟିଛି। ପରଲୋକ ଗମନ ସମୟରେ ତାଙ୍କର ସାନ ପୁଅ ବିଶ୍ୱ ରଞ୍ଜନ ରଥ ଉପସ୍ଥିତ ଥିବା
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ


ବଲାଙ୍ଗୀର, ୧୬ ସେପ୍ଟେମ୍ବର(ହି.ସ.) – ଟିଟିଲାଗଡ ସହରର ସୁପରିଚିତ ଛାତ୍ର ବତ୍ସଳ ଶିକ୍ଷକ/ଲେଖକ ଭାବେ ଖ୍ୟାତି ଅର୍ଜନ କରିଥିବା ଅଭିନ କିଶୋର ରଥଙ୍କ ଆଜି ସନ୍ଧ୍ୟା ଛ’ଟା ସମୟରେ ନିଜ ନୀଳଚକ୍ର ନଗର ବାସ ଭବନରେ ପରଲୋକ ଗମନ ଘଟିଛି। ପରଲୋକ ଗମନ ସମୟରେ ତାଙ୍କର ସାନ ପୁଅ ବିଶ୍ୱ ରଞ୍ଜନ ରଥ ଉପସ୍ଥିତ ଥିବା ବେଳେ ତାଙ୍କର ବଡ ପୁଅ ମାନସ ରଞ୍ଜନ ରଥ ଭିଲାଇ ଠାରେ ଓ ମଝିଆ ପୁଅ ବିକାଶ ରଞ୍ଜନ ରଥ ବଡ଼ମାଳ ଗୋଳାବାରୁଦ କାରଖାନାରେ ଚାକିରି କରୁଛନ୍ତି, ଖବର ପାଇ ସେମାନେ ଆସୁଥିବା ଜଣାପଡ଼ିଛି। ସ୍ୱର୍ଗତ ରଥ କିଛି ଦିନ ହେଲା ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ବିୟୋଗ ଖବର ପାଇବା ପରେ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେ ସତ୍ୟ ସାଇ ସେବା ସମିତି, ବରିଷ୍ଠ ନାଗରିକ ସଂଘର ସଦସ୍ୟ, ଲେଖକ ପରିଷଦର ସଦସ୍ୟ, ବ୍ରାହ୍ମଣ ସମାଜର ସଦସ୍ୟ ରହିଥିଲେ। ତେବେ ତାଙ୍କର ଏହି ବିୟୋଗ ଖବର ଶୁଣି ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ବିଧାୟକନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ନାଗରିକ ମଂଚର ସଭାପତି ଶ୍ରୀଯୁକ୍ତ ରାଧାକାନ୍ତ ପାଢ଼ୀ, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଶେଖର ଦାସ, ବଣିକ ସଂଘର ସଭାପତି ଶ୍ରୀ ସମ୍ଭୁ ପ୍ରସାଦ ଗୋଏଲଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ତାଙ୍କର ପୂର୍ବତନ ଛାତ୍ର ଛାତ୍ରୀ ମାନେ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କର ଆତ୍ମାକୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ତେବେ ସ୍ୱର୍ଗତ ରଥଙ୍କ ଗଢ଼ି ତୋଳିଥିବା ବହୁ ପୁରାତନ ଛାତ୍ର ଛାତ୍ରୀ ମାନେ ଆଜି ଦେଶ ତଥା ବିଦେଶରେ ବିଭିନ୍ନ ବଡ ବଡ ପଦବୀରେ ନିଯୁକ୍ତି ହୋଇ କାର୍ଯ୍ୟ କରୁଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande