
ଘଟଗାଁ, ୧୬ ସେପ୍ଟେମ୍ବର ( ହି. ସ ) ଘଟଗାଁ ଠାରେ ଉଦଘାଟିତ ହୋଇ ଯାଇଛି ନିୟୁଟନ ଏ ଏନ ଏମ ଓ ଜି ଏନ ଏମ ନର୍ସିଂ କଲେଜ। ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ସାଂସଦଙ୍କ ଧର୍ମପତ୍ନୀ ତଥା ସମାଜ ସେବିକା ଶ୍ରୀମତୀ ଲବଙ୍ଗଲତା ନାୟକ ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଫିତା କାଟିଥିବା ବେଳେ ସମ୍ମାନିତ ଅତିଥି ଭାବେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ମୁକ୍ତିକାନ୍ତ ନାୟକ ଉପସ୍ଥିତ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଘଟଗାଁ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଓ ବରିଷ୍ଟ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସିଂ ସମାଜ ସେବୀ ପବିତ୍ର ମୋହନ ସିଂ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ। ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୋଚ୍ଛ, ଉପଢୌକଣ ଓ ମା ତାରିଣୀଙ୍କ ଫୋଟ ଚିତ୍ର ଦେଇ ସମ୍ମାନିତ କରିଥିଲେ। ନିୟୁଟନ ଏ ଏନ ଏମ ଓ ଜି ଏନ ଏମ ନର୍ସିଂ କଲେଜ ଘଟଗାଁ ଶାଖା ପରିଚାଳକ ଅଭିଭାଷଣରେ କହିଛନ୍ତି ଏହି କଲେଜ ଉଦଘାଟନ ଦ୍ୱାରା ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରି ନିଜର ଉଜ୍ବଳ ଭବିଷ୍ୟତ ଗଢି ତୋଳିବାର ସହାୟକ ହେବେ। ଛାତ୍ରଛାତ୍ରୀ ମାନଙ୍କ ଲାଗି କଲେଜରେ ଅତ୍ୟାଧୁନିକ ଶିକ୍ଷା ସହ ପରୀକ୍ଷଣ ସୁବିଧା ମେଡିକାଲ ଓ କ୍ଲିନିକାଲି ପରୀକ୍ଷଣ ସୁବିଧା ସାଙ୍ଗକୁ ହଷ୍ଟେଲ ଓ ଯାତାୟାତ ସୁବିଧା ମଧ୍ୟ ଉପଲବୋଧ ଅଛି।ନର୍ସିଂ ଶିକ୍ଷା ଲାଗି ଅଞ୍ଚଳର ଇଛୁକ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ନର୍ସିଂ ଶିକ୍ଷା ଦାନର ଵେବସ୍ଥା ମଧ୍ୟ ରହିଛି ବୋଲି ନିୟୁଟନ ନର୍ସିଂ କଲେଜ ଘଟଗାଁ ଶାଖା ପରିଚାଳକ ଦେବାଶିଷ ମହାନ୍ତ ପ୍ରକାଶ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ ଜେନା
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ