

ଜୟପୁର, ୧୬ ସେପ୍ଟେମ୍ବର(ହି.ସ.) – ମା ଜଗତଜନନୀ ଙ୍କ ହୁଣ୍ଡି ଖୋଲାଯାଇଛି। ଜୟପୁରର ପ୍ରସିଦ୍ଧ ମା ଜଗତଜନନୀ ଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି କରାଯାଇଛି। ଆଜି ଗଣତି କରାଯାଇଛି। ମନ୍ଦିର କମିଟିର ୨୦ ଜଣ ସଦସ୍ୟ ଉପସ୍ଥିତ ରହି ଗଣତି କରିଥିଲେ। ପ୍ରଥମେଙ୍କ ଆଜ୍ଞାମାଳ ନେଇ ହୁଣ୍ଡି ଖୋଲାଯାଇଥିଲା। ହୁଣ୍ଡିରୁ ୧୫ ଲକ୍ଷ ୨୫ ହଜାର ୮ ଶହ ଟଙ୍କା ସହ ,ସୁନା ରୁପ।। ଗହଣ. ୫ ଚିଠି ହୁଣ୍ଡିରୁ ବାହାରିଛି। ଏହି ଗଣତି ସମୟରେ ମାଧବ ମହାଙ୍କୁଡ, ରମା ରାଓ, ମାଧବ ରଥ, ଲକ୍ଷ୍ମୀ କାନ୍ତ ପଟ୍ଟନାୟକ, ଶିବ ପଟ୍ଟନାୟକ, ପୁଜକ ବଲ୍ଲଭ ନାରାୟଣ ଖାଡଙ୍ଗା, ବିଜୟ ଖାଡାଙ୍ଗା, ରବି କର, ତପନ କୁମାର ମିଶ୍ର , ବିଶ୍ୱଜିତ ଦଣ୍ଡସେନା, ଲକ୍ଷ୍ମାଣ ଜାନି ପ୍ରମୁଖ ଗଣତି ରେ ଉପସ୍ଥିତ ଥିଲେ। ଖୁଚୁରା ଟଙ୍କା ର ଗଣତି ସହ ସୁନା ରୁପାର ଦର ଆକଳନ କରାଯାଇ ନାହିଁ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି