ବିଜେନ୍ଦ୍ର ଗୁପ୍ତା ୬୯ତମ ସିପିସିରେ ମାନବାଧିକାର ଏବଂ ଶାନ୍ତି ଉପରେ ଆୟୋଜିତ କର୍ମଶାଳାରେ ନେଲେ ଭାଗ
ନୂଆଦିଲ୍ଲୀ, ୧୬ ସେପ୍େଟମ୍ବର (ହି.ସ.)- ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ ବିଜେନ୍ଦ୍ର ଗୁପ୍ତା ବୁଧବାର ଦକ୍ଷିଣ ଆଫ୍ରିକାର କେପ୍ ଟାଉନରେ ଆୟୋଜିତ ୬୯ତମ ରାଷ୍ଟ୍ରମଣ୍ଡଳ ସଂସଦୀୟ ସମ୍ମିଳନୀ (ସିପିସି)ରେ “ମାନବାଧିକାରର ସୁରକ୍ଷା ଏବଂ ଶାନ୍ତିକୁ ପ୍ରୋତ୍ସାହନ ଦେବା : ସଂସଦଗୁଡ଼ିକର ଭୂମିକା” ବିଷୟ ଉପରେ ଆୟୋ
ବିଜେନ୍ଦ୍ର ଗୁପ୍ତା ୬୯ତମ ସିପିସିରେ ମାନବାଧିକାର ଏବଂ ଶାନ୍ତି ଉପରେ ଆୟୋଜିତ କର୍ମଶାଳାରେ ନେଲେ ଭାଗ


ନୂଆଦିଲ୍ଲୀ, ୧୬ ସେପ୍େଟମ୍ବର (ହି.ସ.)- ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ ବିଜେନ୍ଦ୍ର ଗୁପ୍ତା ବୁଧବାର ଦକ୍ଷିଣ ଆଫ୍ରିକାର କେପ୍ ଟାଉନରେ ଆୟୋଜିତ ୬୯ତମ ରାଷ୍ଟ୍ରମଣ୍ଡଳ ସଂସଦୀୟ ସମ୍ମିଳନୀ (ସିପିସି)ରେ “ମାନବାଧିକାରର ସୁରକ୍ଷା ଏବଂ ଶାନ୍ତିକୁ ପ୍ରୋତ୍ସାହନ ଦେବା : ସଂସଦଗୁଡ଼ିକର ଭୂମିକା” ବିଷୟ ଉପରେ ଆୟୋଜିତ କର୍ମଶାଳାରେ ଭାଗ ନେଇଥିଲେ। କର୍ମଶାଳାରେ ମାନବାଧିକାରର ସୁରକ୍ଷା, ସଂସଦୀୟ ତଦାରଖକୁ ସୁଦୃଢ଼ କରିବା, ଅନ୍ତର୍ଜାତୀୟ ମାନବୀୟ ଆଇନକୁ ବଜାୟ ରଖିବା ତଥା ସଂଘର୍ଷଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନକୁ ଆଗକୁ ବଢ଼ାଇବାରେ ବିଧାନସଭାଗୁଡ଼ିକର ଭୂମିକା ଉପରେ ବିଚାର-ବିମର୍ଶ କରାଯାଇଥିଲା।

ଏହାପରେ ବିଜେନ୍ଦ୍ର ଗୁପ୍ତା ରାଷ୍ଟ୍ରମଣ୍ଡଳ ସଂସଦୀୟ ସଂଘ (ସିପିଏ)ର ମହାସଚିବ ସ୍ଟିଫେନ ଟ୍ୱିଗଙ୍କୁ ଭେଟିଥିଲେ ଏବଂ ତାଙ୍କୁ ତିନୋଟି ପୁସ୍ତକ ଭେଟି ଦେଇଥିଲେ : ‘ଏକ ଶତାବ୍ଦୀ ଯାତ୍ରା: ଯେଉଁଥିରେ ବିଠଲଭାଇ ପଟେଲଙ୍କ ସଂସଦୀୟ ଐତିହ୍ୟକୁ ରେଖାଙ୍କିତ କରାଯାଇଛି; ‘୩୭୦: ଅନଡୁଇଂ ଦ ଅନଜଷ୍ଟ: ଏ ନ୍ୟୁ ଫ୍ୟୁଚର ଫର ଜେଏଣ୍ଡକେ’, ଯେଉଁଥିରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ନିଷ୍ପତି ସହ ଜଡ଼ିତ ରାଜନୈତିକ ଏବଂ ସାମ୍ବିଧାନିକ ଘଟଣାକ୍ରମର ବିଶ୍ଳେଷଣ କରାଯାଇଛି; ତଥା ‘ପ୍ରୋସିଡିଙ୍ଗ୍ସ ଅଫ ଦ ୱାର କନଫରେନ୍ସ ହେଲ୍ଡ ଏଟ ଦିଲ୍ଲୀ, ୨୭–୨୯ ଏପ୍ରିଲ ୧୯୧୮’। ଏହି ପ୍ରକାଶନଗୁଡ଼ିକ ସାମୂହିକ ଭାବେ ଭାରତର ବିଧାନଗତ, ସାମ୍ବିଧାନିକ ଏବଂ ରାଜନୈତିକ ଇତିହାସର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟଗୁଡ଼ିକୁ ପ୍ରତିଫଳିତ କରେ ତଥା ରାଷ୍ଟ୍ରମଣ୍ଡଳ ଦେଶଗୁଡ଼ିକ ମଧ୍ୟରେ ସଂସଦୀୟ ଐତିହ୍ୟ ଏବଂ ସହଯୋଗ ସହ ଜଡ଼ିତ ଚିନ୍ତାବିନିମୟର ଅଂଶ ରହିଛି।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande