ବାଇକ୍ ଚୋର ଗିରଫ, ଆନ୍ତଃରାଜ୍ୟ ଗ୍ୟାଙ୍ଗ ସନ୍ଦେହ
ମାଲକାନଗିରି , ୧୬ ସେପ୍ଟେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସ ବୁଦୁଗୁଡା ରୁ ବାଇକ୍ ଚୋରି ଅଭିଯୋଗରେ ଜଣେ ବାଇକ୍ ଚୋରକୁ ଗିରଫ କରି ଚୋରି ବାଇକ୍ ଓ ମୋବାଇଲ୍ ଜବତ କରିଛି । ଗିରଫ ଅଭିଯୁକ୍ତ ମାଲକାନଗିରି ଥାନା ଏମଭି-୮ ଗ୍ରାମର ପ୍ରେମାନନ୍ଦ ମଣ୍ଡଳଙ୍କ ପୁଅ ନୀଳକଣ୍ଠ ମଣ୍ଡଳ (୨୫)
ବାଇକ୍ ଚୋର ଗିରଫ, ଆନ୍ତଃରାଜ୍ୟ ଗ୍ୟାଙ୍ଗ ସନ୍ଦେହ


ମାଲକାନଗିରି , ୧୬ ସେପ୍ଟେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସ ବୁଦୁଗୁଡା ରୁ ବାଇକ୍ ଚୋରି ଅଭିଯୋଗରେ ଜଣେ ବାଇକ୍ ଚୋରକୁ ଗିରଫ କରି ଚୋରି ବାଇକ୍ ଓ ମୋବାଇଲ୍ ଜବତ କରିଛି । ଗିରଫ ଅଭିଯୁକ୍ତ ମାଲକାନଗିରି ଥାନା ଏମଭି-୮ ଗ୍ରାମର ପ୍ରେମାନନ୍ଦ ମଣ୍ଡଳଙ୍କ ପୁଅ ନୀଳକଣ୍ଠ ମଣ୍ଡଳ (୨୫) । ସେ କାଲିମେଳା ବୁଦୁଗୁଡା ଅଞ୍ଚଳରୁ ବାଇକ୍ ଚୋରି କରିଥିବା ଅଭିଯୋଗରେ ପୋଲିସ ତାକୁ ଧରିଥିଲା । ପୋଲିସ ସୂଚନା ଅନୁଯାୟୀ, କାଲିମେଳା ଥାନା କେସ୍ ନଂ ୨୧୦/୨୬, ଦଫା ୩୦୫(ଏ)/୩୩୧(୪) ବିଏନଏସ ରେ ମାମଲା ରୁଜୁ କରି ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଛି । ତଦନ୍ତରୁ ଜଣାପଡିଛି, ନୀଳକଣ୍ଠ ନାଁରେ ପୂର୍ବରୁ ମାଲକାନଗିରି ଥାନାରେ ୩ଟି ବାଇକ୍ ଓ ମୋବାଇଲ୍ ଚୋରି ମାମଲା ରହିଛି । ଏହି ଚୋରି ପଛରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ର ଆନ୍ତଃରାଜ୍ୟ ବାଇକ୍ ଚୋର ଗ୍ୟାଙ୍ଗର ଲିଙ୍କ୍ ଥିବା ପୋଲିସ ସନ୍ଦେହ କରୁଛି, ଏନେଇ ଅଧିକ ତଦନ୍ତ ଜାରି ରହିଛି । ଆଗକୁ ଦଶହରା ପର୍ବ ଆସୁଥିବାରୁ କାଲିମେଳା ବଜାରରେ ଭିଡ଼ ବଢିବ । ଏହି ସମୟରେ ଚୋରି, ଲୁଟ୍ ଓ ଡକାୟତି ରୋକିବା ପାଇଁ ସ୍ୱତନ୍ତ୍ର ନଜର ରଖାଯିବ ଓ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ପ୍ରଭୁ ଦତ୍ତ ବିଶ୍ୱାଳ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande