ବ୍ରହ୍ମପୁର ପୋଲିସର ବଡ ସଫଳତା - କୁକୁଡାଖଣ୍ଡି ବୋମାମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ
ଗଞ୍ଜାମ, ୧୬ ସେପ୍ଟେମ୍ୱର(ହି.ସ) - କୁକୁଡାଖଣ୍ଡି ବୋମାମାଡ ଘଟଣାରେ ବ୍ରହ୍ମପୁର ପୋଲିସକୁ ବଡ ସଫଳତାମିଳିଛି। ମୁଖ୍ୟ ଅଭିଯୁକ୍ତ କାଳିଆ ସାହୁ ଓରଫ କାଳିଆ ସହ ୨ ନାବାଳକଙ୍କୁ ପୋଲିସ କାବୁ କରିଛି। ଘଟଣାଘଟିଛି ବି. ସଦର ଥାନା କେସ ନଂ ୫୮୫/୨୦୨୬। ଗତ ୧୪ ସେପ୍େଟମ୍ବର ୨୦୨୬ ରେ କିଛି ଯୁବକ ବାଇକରେ ଆସି କ
Qertyyu


ଗଞ୍ଜାମ, ୧୬ ସେପ୍ଟେମ୍ୱର(ହି.ସ) - କୁକୁଡାଖଣ୍ଡି ବୋମାମାଡ ଘଟଣାରେ ବ୍ରହ୍ମପୁର ପୋଲିସକୁ ବଡ ସଫଳତାମିଳିଛି। ମୁଖ୍ୟ ଅଭିଯୁକ୍ତ କାଳିଆ ସାହୁ ଓରଫ କାଳିଆ ସହ ୨ ନାବାଳକଙ୍କୁ ପୋଲିସ କାବୁ କରିଛି। ଘଟଣାଘଟିଛି ବି. ସଦର ଥାନା କେସ ନଂ ୫୮୫/୨୦୨୬। ଗତ ୧୪ ସେପ୍େଟମ୍ବର ୨୦୨୬ ରେ କିଛି ଯୁବକ ବାଇକରେ ଆସି କୁକୁଡାଖଣ୍ଡି ବାଉରୀ ସାହିରେ ପଶି ଖଣ୍ଡା, ବୋମା ଦେଖାଇ ଗାଳିଗୁଲଜ କରିବା ସହ ବୋମା ଫିଙ୍ଗି ହତ୍ୟା ଧମକ ଦେଇଥିଲେ। ୧୫ ତାରିଖରେ ଅଭିଯୋଗ ପରେ ପୋଲିସ ଗାଁରେ ଲଗାତାର ପାଟ୍ରୋଲିଂ କରୁଛି।

ମୁଖ୍ୟ ଅଭିଯୁକ୍ତ କାଳିଆ ସାହୁ (୨୪), ଓରଫ କାଳିଆ ଜଣେ ଅଭ୍ୟାସଗତ ଅପରାଧୀ। ତା ନାଁରେ ପୂର୍ବରୁ ଆର୍ମସ ଆକ୍ଟ, ଏକ୍ସପ୍ଲୋସିଭ ଆକ୍ଟ ଏବଂ ଏନଡିପିଏସ ମାମଲା ରହିଛି। ତାକୁ ଆଜି (୧୬.୦୯.୨୦୨୬) ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ନାବାଳକ (୧୬ ଓ ୧୭ ବର୍ଷ) କୁ ଅଟକ ରଖି ଜୁଭେନାଇଲ ଜଷ୍ଟିସ ବୋର୍ଡ଼ ରେ ହାଜର କରାଯାଇଛି।

ଗ୍ରାମବାସୀଙ୍କ ଆକ୍ରମଣରେ ଆହତ ହୋଇଥିବା ଅନ୍ୟ ଜଣେ ସହ ଅଭିଯୁକ୍ତ ଏମକେସିଜିରେ ଚିକିତ୍ସିତ ହେଉଛି।

ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande