ଜୟରାମ ରମେଶ ବିଦେଶ ଓ ବାଣିଜ୍ୟ ନୀତିକୁ ନେଇ ମୋଦୀ ସରକାରଙ୍କୁ କଲେ ନିନ୍ଦା
ନୂଆଦିଲ୍ଲୀ, ୧୬ ସେପ୍େଟମ୍ବର (ହି.ସ.)- କଂଗ୍ରେସର ଯୋଗାଯୋଗ ବିଭାଗର ଦାୟିତ୍ୱରେ ଥିବା ମହାସଚିବ ଜୟରାମ ରମେଶ ଆମେରିକୀୟ ଟାରିଫର ଧମକ, ଆବ୍ରଜନ ନିୟମରେ କଠୋରତା ଏବଂ ୟୁପିଆଇ ଉପରେ ମର୍ଚ୍ଚାଂଟ ଡିସ୍କାଉଂଟ ରେଟ୍ (ଏମଡିଆର) ଲାଗୁ କରିବାର ନିଷ୍ପତିକୁ ନେଇ ବୁଧବାର କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ
ଜୟରାମ ରମେଶ ବିଦେଶ ଓ ବାଣିଜ୍ୟ ନୀତିକୁ ନେଇ ମୋଦୀ ସରକାରଙ୍କୁ କଲେ ନିନ୍ଦା


ନୂଆଦିଲ୍ଲୀ, ୧୬ ସେପ୍େଟମ୍ବର (ହି.ସ.)- କଂଗ୍ରେସର ଯୋଗାଯୋଗ ବିଭାଗର ଦାୟିତ୍ୱରେ ଥିବା ମହାସଚିବ ଜୟରାମ ରମେଶ ଆମେରିକୀୟ ଟାରିଫର ଧମକ, ଆବ୍ରଜନ ନିୟମରେ କଠୋରତା ଏବଂ ୟୁପିଆଇ ଉପରେ ମର୍ଚ୍ଚାଂଟ ଡିସ୍କାଉଂଟ ରେଟ୍ (ଏମଡିଆର) ଲାଗୁ କରିବାର ନିଷ୍ପତିକୁ ନେଇ ବୁଧବାର କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସିନେଟରେ ପାରିତ ହେବା ପରେ ଏବେ ସେଠାକାର ନିମ୍ନ ସଦନ ଭାରତ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଲଗାଇବାକୁ ଥିବା ବିଧେୟକ ଉପରେ ଭୋଟିଂ କରିବାକୁ ଯାଉଛି, ଯେତେବେଳେ କି ଟ୍ରମ୍ପ ପ୍ରଶାସନ ଭାରତୀୟ ସୂଚନା ପ୍ରଯୁକ୍ତି (ଆଇଟି) ପେଶାଦାରମାନଙ୍କ ଉପରେ ଶିକଞ୍ଜା କସି ଏଚ-୧ବି ଭିସାର ଖର୍ଚ୍ଚ ବଢ଼ାଉଛି ଏବଂ ଚାକିରି ଚାଲିଗଲେ ତୁରନ୍ତ ନିର୍ବାସନର କଠୋର ନିୟମ ଲାଗୁ କରୁଛି।

ଜୟରାମ ରମେଶ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ଆମେରିକୀୟ ସଂସଦର ନିମ୍ନ ସଦନ (ହାଉସ ଅଫ ରିପ୍ରେଜେଂଟେଟିଭ୍ସ) ଏକ ଏପରି ବିଧେୟକ ଉପରେ ଭୋଟିଂ କରିବାକୁ ଯାଉଛି, ଯେଉଁଥିରେ ଭାରତ ଉପରେ ୧୦୦ ପ୍ରତିଶତ ଆମଦାନୀ ଶୁଳ୍କ (ଟାରିଫ) ଲଗାଇବାର ବ୍ୟବସ୍ଥା ରହିଛି। ଆମେରିକୀୟ ସିନେଟ ପୂର୍ବରୁ ହିଁ ଏହି ଆଇନକୁ ଅନୁମୋଦନ କରିସାରିଛି। ଗୋଟିଏ ପଟେ ଆମେରିକୀୟ ପ୍ରଶାସନ ଭାରତୀୟ ପ୍ରବାସୀ ଏବଂ ସୂଚନା ପ୍ରଯୁକ୍ତି, ଏଚ-୧ବି ଭିସାର ଖର୍ଚ୍ଚ ବଢ଼ାଯାଉଛି ଏବଂ ଚାକିରି ହରାଇଲେ ତୁରନ୍ତ ନିର୍ବାସନର କଠୋର ନିୟମ ତିଆରି କରାଯାଉଛି, ତେବେ ଅନ୍ୟପଟେ ମୋଦୀ ସରକାର ୱାଶିଂଟନ ସମ୍ମୁଖରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣର ମୁଦ୍ରାରେ ଅଛି।

କଂଗ୍ରେସ ମହାସଚିବ ୟୁପିଆଇ ଲେନଦେନ ଉପରେ ଶୁଳ୍କ ବ୍ୟବସ୍ଥା ଲାଗୁ କରିବାର ନିଷ୍ପତିକୁ ସିଧାସଳଖ ଭାବେ ଆମେରିକୀୟ ଚାପ ସହ ଯୋଡ଼ିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ବାଣିଜ୍ୟ ପ୍ରତିନିଧି ଚଳିତ ବର୍ଷର ଆରମ୍ଭରେ ୟୁପିଆଇ ସମ୍ପୂର୍ଣ୍ଣ ନିଃଶୁଳ୍କ ହେବା ଏବଂ ଏହା କାରଣରୁ ଆମେରିକୀୟ କାର୍ଡ କମ୍ପାନୀ ଭିସା ଏବଂ ମାଷ୍ଟରକାର୍ଡ ବଜାରରୁ ବାହାରିଯିବା ନେଇ ପ୍ରଶ୍ନ ଉଠାଇଥିଲେ। ଏହି ଚାପରେ ଆସି ମୋଦୀ ସରକାର ଶୂନ୍ୟ ଏମଡିଆର ନୀତିକୁ ଶେଷ କରିଦେଲେ।

---------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande