
ଜୟପୁର, 16 ସେପ୍ଟେମ୍ବର (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ମହିଳା ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଓଡିଆ ମେଦ୍ରୀ ସାହିର ବୋଲି ଜଣାଯାଇଛି ।ସୁଚନା ଅନୁଯାଇ ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଓଡିଆ ମେଦ୍ରୀ ସାହି ରାସ୍ତାରେ ଚଢାଉ କରିଛି । ଚଢାଉ କରି ୨୬ ଲିଟର ଦେଶି ମଦ ଜବତ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ତରଫରୁ ସୁଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି