୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ
ଭୁବନେଶ୍ୱର ,୧୬ ସେପ୍େଟମ୍ବର (ହି.ସ.) - ପୂର୍ବ ତଟ ରେଳପଥ ଚଳିତ ଆର୍ôଥକ ବର୍ଷ ୨୦୨୬-୨୭ରେ ମାଲ୍ବାହୀ ଟ୍ରେନ୍ ରୁ ପଣ୍ୟ ଖଲାସ ବା ଅନ୍ ଲୋଡିଂ କ୍ଷେତ୍ରରେ ୧୦୦ ମେଟ୍ରିକ୍ ଟନର ସୀମା ଅତିକ୍ରମ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି। ଗତ ଆର୍ôଥକ ବର୍ଷର ସମାନ ଅବଧି ତୁଳନାରେ ୧୭ ଦିନ ପୂର୍
ୀରା


ଭୁବନେଶ୍ୱର ,୧୬ ସେପ୍େଟମ୍ବର (ହି.ସ.) - ପୂର୍ବ ତଟ ରେଳପଥ ଚଳିତ ଆର୍ôଥକ ବର୍ଷ ୨୦୨୬-୨୭ରେ ମାଲ୍ବାହୀ ଟ୍ରେନ୍ ରୁ ପଣ୍ୟ ଖଲାସ ବା ଅନ୍ ଲୋଡିଂ କ୍ଷେତ୍ରରେ ୧୦୦ ମେଟ୍ରିକ୍ ଟନର ସୀମା ଅତିକ୍ରମ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି। ଗତ ଆର୍ôଥକ ବର୍ଷର ସମାନ ଅବଧି ତୁଳନାରେ ୧୭ ଦିନ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରି ପୂର୍ବ ତଟ ରେଳପଥ ଦେଶର ପ୍ରଥମ ରେଳ ଜୋନ୍ ରେ ପରିଣତ ହୋଇଛି।

ଏହି ସମୟ ମଧ୍ୟରେ, ୨୦୨୫–୨୬ ଆର୍ôଥକ ବର୍ଷର ସମାନ ସମୟ ତୁଳନାରେ ପୂର୍ବତଟ ରେଳପଥ ପଣ୍ୟ ରିଲିଜ୍ ଟନେଜ୍ ରେ ୯.୮% ଅଭିବୃଦ୍ଧି ରେକର୍ଡ କରିଛି। ବିଶେଷକରି ବିଓଏକ୍ସଏନ୍ ଏବଂ ବିଓବିଅଆରଏନ୍ ୱାଗନ୍?ଗୁଡ଼ିକର ଉନ୍ନତ ହ୍ୟାଣ୍ଡଲିଂ ଓ ଶୀଘ୍ର ରିଲିଜ୍ ଦ୍ୱାରା ଏହି ବୃଦ୍ଧି ସମ୍ଭବ ହୋଇପାରିଛି।

ପୂର୍ବ ଆର୍ôଥକ ବର୍ଷର ସମାନ ଅବଧି ତୁଳନାରେ ବିଓଏକ୍ସଏନ୍ ୱାଗନ୍ ଗୁଡ଼ିକର ରିଲିଜ୍ ୭.୩% ବୃଦ୍ଧି ପାଇଥିବା ବେଳେ ବିଓବିଅଆରଏନ୍ ୱାଗନ୍ ରିଲିଜ୍ ରେ ୯.୮% ବୃଦ୍ଧି ପଞ୍ଜୀକୃତ ହୋଇଛି। ୱାଗନ୍ ରିଲିଜ୍ ରେ ଏହି ସୁଧାର, ଉନ୍ନତ ଟର୍ନଅରାଉଣ୍ଡ ଏବଂ ମାଲ୍ ପରିବହନ ପରିଚାଳନାରେ ବର୍ଦ୍ଧିତ ଦକ୍ଷତାକୁ ଦର୍ଶାଉଛି।

ପୂର୍ବତଟ ରେଳପଥ ପଣ୍ୟ ଲୋଡିଂ କ୍ଷେତ୍ରରେ ୩.୯% ବୃଦ୍ଧି ପଞ୍ଜୀକୃତ କରିଥିବା ବେଳେ ଏହି ସମାନ ଅବଧି ମଧ୍ୟରେ ପଣ୍ୟ ପରିବହନରୁ ରାଜସ୍ୱ ଆଦାୟରେ ୩.୨% ଅଭିବୃଦ୍ଧି ରେକର୍ଡ କରିଛି। ଏହି ପ୍ରଗତି ପଣ୍ୟ ପରିବହନ କ୍ଷମତା ବୃଦ୍ଧି ଏବଂ ଉପଲବ୍ଧ ରେଳ ସମ୍ପତିର ସର୍ବୋତମ ବ୍ୟବହାର ଉପରେ ଜୋନ୍ ର ନିରନ୍ତର ଧ୍ୟାନକୁ ପ୍ରତିଫଳିତ କରୁଛି ।

ପୂର୍ବତଟ ରେଳପଥ ମାଧ୍ୟମରେ ପଣ୍ୟ ପରିବହନ ବିଭିନ୍ନ ପ୍ରମୁଖ ଶିଳ୍ପ ଓ ବ୍ୟବସାୟିକ କ୍ଷେତ୍ରର ଲଜିଷ୍ଟିକ୍ସ ଆବଶ୍ୟକତା ପୂରଣ କରୁଛି। ଅତ୍ୟାବଶ୍ୟକ ସାମଗ୍ରୀ ଓ କଂଚାମାଲର ପରିବହନକୁ ସୁଗମ କରିବା ସହିତ, ଉନ୍ନତ ପଣ୍ୟ ଅନ୍ ଲୋଡିଂ ଏବଂ ୱାଗନ୍ ରିଲିଜ୍? ପ୍ରଦର୍ଶନ ଅଧିକ ଦ୍ରୁତ, ସୁଗମ ଓ ବ୍ୟୟସାପେକ୍ଷ ପଣ୍ୟ ପରିବହନକୁ ଆହୁରି ସୁଦୃଢ଼ କରିବ ଏବଂ ଲଜିଷ୍ଟିକ୍ସ ବ୍ୟବସ୍ଥାରେ ରେଳପଥର ଭୂମିକାକୁ ଅଧିକ ମଜବୁତ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande