କୋଲାବିରାରେ ଜମିଲା ନୂଆଁଖାଇ ଭେଟଘାଟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଲୋକ
Ganesh Puja and Nuakhai Bhetghat
କୋଲାବିରାରେ ଜମିଲା ନୂଆଁଖାଇ ଭେଟଘାଟ,


ଝାରସୁଗୁଡ଼ା, 16 ସେପ୍ଟେମ୍ବର (ହି.ସ.)ଝାରସୁଗୁଡ଼ା ଜିଲ୍ଲା କୋଲାବିରାସ୍ଥିତ ସମଲେଇ ମନ୍ଦିର ପ୍ରାଙ୍ଗଣରେ ସିଦ୍ଧି ବିନାୟକ କ୍ଲବ ଆନୁକୂଲ୍ୟରେ ଗଣେଶ ପୂଜା ଓ ନୂଆଁଖାଇ ଭେଟଘାଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଭାଇଚାରାର ପରିବେଶ ସୃଷ୍ଟି ହୋଇଥିଲା।

କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂଆଁଖାଇର ସାଂସ୍କୃତିକ ପରମ୍ପରା ଓ ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମଲେଇ ମନ୍ଦିର ପରିସରରେ ଥିବା ସାଂସ୍କୃତିକ ମଣ୍ଡପର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ନେଇ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।

ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ, ବିଜେପି ମଣ୍ଡଳ ସଭାପତି ରାଜେଶ ଦାଶ, ମଣ୍ଡଳ ଉପସଭାପତି ସଞ୍ଜୟ ପୂଜାରୀ ଓ ମଣ୍ଡଳ ସାଧାରଣ ସମ୍ପାଦକ ଲିଙ୍କନ ଟଣ୍ଡକାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ କ୍ଲବର ସଦସ୍ୟ ଅମନ ଟଣ୍ଡକାରଙ୍କୁ ‘ଶ୍ରେଷ୍ଠ ସ୍ୱେଚ୍ଛାସେବୀ’ ଭାବେ ସମ୍ମାନିତ କରାଯାଇଥିଲା। ଏଥିସହ ଗ୍ରାମର ବୟୋଜ୍ୟେଷ୍ଠ ବଦ୍ରିନାରାୟଣ ରଣା, ନବୀନ ସାହୁ, ଅର୍ଜୁନ ବଗାର ଓ ହରିଶଙ୍କର ମରେଇଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

କୋଲାବିରା, ଲାଇକେରା, କୁଚିଣ୍ଡା, ଲାଇଡା ଓ ଝାରସୁଗୁଡ଼ା ଅଞ୍ଚଳରୁ ଆସିଥିବା କଳାକାରମାନେ ଗୀତ, ନୃତ୍ୟ ସମେତ ବିଭିନ୍ନ ସାଂସ୍କୃତିକ ପରିବେଷଣ କରିଥିଲେ। ଶୈଳେନ୍ଦ୍ର ରାଏ, ଦୀପକ ରାଏ, ନମ୍ରିତା ବହିଦାର ଓ ଅଭିଷେକ ସାହୁ ମଞ୍ଚ ସଂଯୋଜନା କରିଥିଲେ।

କ୍ଲବ ସଭାପତି ରାହୁଲ ରାଏଙ୍କ ସମେତ ପ୍ରୀତମ ବଗାର, ସତ୍ୟମ ବଗାର, କିସନ ଟଣ୍ଡକାର, ରିକନ ଟଣ୍ଡକାର, ଅମନ ଟଣ୍ଡକାର, ନିଲୁ ରାଏ, ଲିଙ୍କନ ଟଣ୍ଡକାର ଓ କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande