ସୁଡ୍ରା ଉଚ୍ଚ ବିଦ୍ୟାଳୟରେ ଏଚ୍.ଆଇ.ଭି./ଏ.ଡ୍.ସ୍. ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
HIV AIDS Awerness Program in Sudra School
ଫୋଟ


କନ୍ଧମାଳ , ସେପ୍ଟେମ୍ବର (ହି.ସ.) - ଏଚ୍.ଆଇ.ଭି. ସଂକ୍ରମଣ କୁ କମାଇବାକୁ ହେଲେ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ବଢାଇବାର ଆବଶ୍ୟକତା ଅଛି । ଏହି ପରିପ୍ରେକ୍ଷି ରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’,କନ୍ଧମାଳ ଓ ଓଡିଶା ରାଜ୍ୟ ଏ.ଡ୍.ସ୍. ନିୟନ୍ତ୍ରଣ ସମିତି , ଭୂବନେଶ୍ୱର ଙ୍କ ମିଳିତ ସହଯୋଗ ରେ ବାଲିଗୁଡା ବ୍ଲକ୍ ଅର୍ନ୍ତଗତ ଶୁଡ୍ରା ଉଚ୍ଚ ବିଦ୍ୟାଳୟ ଠାରେ ଏଚ୍.ଆଇ.ଭି/ଏ.ଡ୍.ସ୍. ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଯେପରି ଅଧିକ ରୁ ଅଧିକ ଛାତ୍ର/ଛାତ୍ରୀ ଙ୍କ ପାଖରେ ସଚେତନତା ବାର୍ତା ପହଂଚାଯାଇ ପାରିବ ଏବଂ ଏଚ୍.ଆଇ.ଭି. ସଂକ୍ରମଣ କୁ ରୋକାଯାଇ ପାରିବ । ସଂପାଦକ ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରକଲ୍ପ ପରିଚାଳକ ବିଶ୍ୱରଞ୍ଜନ କର ଯୋଗଦେଇ ଏଚ୍.ଆଇ.ଭି ସଂକ୍ରମଣ ର ବିଭିନ୍ନ ମାଧ୍ୟମ ଏବଂ ତାର ସତର୍କତା ବିଷୟରେ ଜଣାଇବା ସହ ଯୈାନ ନ ସଂକ୍ରମଣ ରୋଗର କାରଣ ଓ ନିରାକରଣ ଉପାୟ ଗୁଡିକୁ ବୁଝାଇଥିଲେ । ବିଶେଶ ପ୍ରଚାର ଅଭିଜାନ ର ଅଂଶସ୍ୱରୂପ ସଚେତନତା ବୈଠକ, ବିଭିନ୍ନ ଉଦାହରଣ ଏବଂ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ଅଧିକ ପ୍ରଚାର ପ୍ରଶାର ପାଇଁ ଚେଷ୍ଟା କରାଯାଉଛି । ବିଦ୍ୟାଳୟ ସ୍ତରରେ ସଚେତନତା ନିଶ୍ଚିତ ରୁପେ ଅଧିକ ସଫଳତା ଦେଇ ପାରିବ ବୋଲି ବିଦ୍ୟାଳୟର ଭାରପା୍ରପ୍ତ ପ୍ରଧାନ ଶିକ୍ଷକ ମତ ରଖିଥିଲେ । କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଛାତ୍ର/ଛାତ୍ରୀ ଉପସ୍ଥିତ ଥିବା ବେଳେ ପରିଚାଳନା ରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରି ମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande