
ଭୁବନେଶ୍ୱର ,୧୬ ସେପ୍ଟେମ୍ବର (ହି.ସ.) - ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ଆକଳନ ହୋଇନି ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର। ସେ କହିଛନ୍ତି ଯେ କେବଳ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆକଳନ ହୋଇଛି। ୧୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପଶ୍ଚିମ ଉତରପଶ୍ଚିମ ଦିଗକୁ ଗତି କରି ୨୩ ବେଳକୁ ଉପକୂଳ ଛୁଇଁବ। ଉତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ଲଘୁଚାପ କ୍ଷେତ୍ର ସୃଷ୍ଟି ପୂର୍ବରୁ ବାତ୍ୟା ଆକଳନ କରିବା ଠିକ୍ ନୁହେଁ। ବହୁ ଆଗରୁ ଆକଳନ କଲେ ସଠିକ୍ ହୋଇ ନ ଥାଏ। ବାତ୍ୟା ଆକଳନରେ ଆଇଏମଡି ସାରା ବିଶ୍ୱରେ ଅଦ୍ୱିତୀୟ। ତେଣୁ କେହି କୌଣସି ସଂସ୍ଥାର ବାତ୍ୟା ଆକଳନରେ ଆତଙ୍କିତ ନହେବାକୁ ଆଇଏମଡି ଡିଜି ପରାମର୍ଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା