ସାଉଦି ଆରବରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣକୁ ଭାରତ କଲା ନିନ୍ଦା
ନୂଆଦିଲ୍ଲୀ, ୧୬ ସେପ୍ଟେମ୍ବର(ହି.ସ.) – ସାଉଦି ଆରବର ମକ୍କା ସହର ନିକଟରେ ହୁଥି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିବା ଡ୍ରୋନ୍ ଆକ୍ରମଣକୁ ଭାରତ ତୀବ୍ର ନିନ୍ଦା କରିଛି। ସାରା ବିଶ୍ୱରେ ମୁସଲମାନମାନଙ୍କ ପାଇଁ ମକ୍କା ସହରର ବିଶେଷ ଗୁରୁତ୍ୱ ରହିଛି ବୋଲି ଭାରତ କହିଆସିଛି। ଏଭଳି ସ୍ଥିତିରେ ସହର ନିକଟରେ ଘଟିଥି
ସାଉଦି ଆରବରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣକୁ ଭାରତ କଲା ନିନ୍ଦା


ନୂଆଦିଲ୍ଲୀ, ୧୬ ସେପ୍ଟେମ୍ବର(ହି.ସ.) – ସାଉଦି ଆରବର ମକ୍କା ସହର ନିକଟରେ ହୁଥି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିବା ଡ୍ରୋନ୍ ଆକ୍ରମଣକୁ ଭାରତ ତୀବ୍ର ନିନ୍ଦା କରିଛି। ସାରା ବିଶ୍ୱରେ ମୁସଲମାନମାନଙ୍କ ପାଇଁ ମକ୍କା ସହରର ବିଶେଷ ଗୁରୁତ୍ୱ ରହିଛି ବୋଲି ଭାରତ କହିଆସିଛି। ଏଭଳି ସ୍ଥିତିରେ ସହର ନିକଟରେ ଘଟିଥିବା ଘଟଣା ବିଶେଷ ଭାବେ ଚିନ୍ତାଜନକ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ବୁଧବାର ଏକ ବିବୃତି ଜାରି କରି ଡ୍ରୋନ୍ ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହି ଅଂଚଳରେ ଯଥାଶୀଘ୍ର ଶାନ୍ତି ଏବଂ ସ୍ଥିରତା ପୁନଃସ୍ଥାପିତ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ସାଉଦି ଆରବର ସାର୍ବଭୌମ ଭୂମି ଉପରେ ଆକ୍ରମଣ ଏବଂ ସାଧାରଣ ନାଗରିକଙ୍କ ଜୀବନ ଓ ଭିତିଭୂମି ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟକୁ ଭାରତ ଦୃଢ଼ ଭାବେ ନିନ୍ଦା କରୁଛି।

ଇରାନର ସମର୍ଥନରେ ୟେମେନର ହୁଥି ବିଦ୍ରୋହୀମାନେ ମଙ୍ଗଳବାର ଦିନ ଦକ୍ଷିଣ ସାଉଦି ଆରବର ମକ୍କା ସହର ଉପରେ ଡ୍ରୋନ୍ ଆକ୍ରମଣ କରିଥିଲେ। ଏହି ଆକ୍ରମଣଗୁଡ଼ିକୁ ସାଉଦି ଆରବର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଅଟକାଇ ଆକାଶରେ ଧ୍ୱଂସ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande