ନୂଆଁଖାଇ ଉପଲକ୍ଷେ ମାଁ ମାହେଶ୍ୱରୀ ସେନା ପକ୍ଷରୁ ଖାଦ୍ୟ ବଣ୍ଟନ
ବଲାଙ୍ଗିର, 16 ସେପ୍ଟେମ୍ବର (ହି.ସ.) ପଶ୍ଚିମ ଓଡିଶାର ଶିଘା ତିହାରୀ ନୂଆଁଖାଇ ଉପଲକ୍ଷେ ବିଗତ ବର୍ଷମାନଙ୍କ ପରି ଏ ବର୍ଷ ମଧ୍ୟ ଓଡିଶାର ଅଗ୍ରଣୀ ସମାଜସେବୀ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ବଲାଙ୍ଗିର ଜିଲ୍ଲା ଭୀମ ଭୋଇ ମେଡିକାଲ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମାଗଣା ଖାଦ୍ୟ
ନୂଆଁଖାଇ ଉପଲକ୍ଷେ ମାଁ ମାହେଶ୍ୱରୀ ସେନା ପକ୍ଷରୁ ଖାଦ୍ୟ ବଣ୍ଟନ


ବଲାଙ୍ଗିର, 16 ସେପ୍ଟେମ୍ବର (ହି.ସ.) ପଶ୍ଚିମ ଓଡିଶାର ଶିଘା ତିହାରୀ ନୂଆଁଖାଇ ଉପଲକ୍ଷେ ବିଗତ ବର୍ଷମାନଙ୍କ ପରି ଏ ବର୍ଷ ମଧ୍ୟ ଓଡିଶାର ଅଗ୍ରଣୀ ସମାଜସେବୀ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ବଲାଙ୍ଗିର ଜିଲ୍ଲା ଭୀମ ଭୋଇ ମେଡିକାଲ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ରେ ସାରା ପଶ୍ଚିମ ଓଡିଶାର ସମସ୍ତ ହୋଟେଲ, ଦୋକାନ ବଜାର, ବସ ସେବା ବନ୍ଦ ରହୁଥିବାରୁ ହସ୍ପିଟାଲ ରେ ଥିବା ରୋଗି ଏବଂ ତାଙ୍କର ପରିବାର ପରିଜନ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ବର୍ତ୍ତମାନ ପଶ୍ଚିମ ଓଡିଶାର ନୂଆପଡା, ସୋନପୁର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳର କିଛି ଅଂଚଳ ନିର୍ଭରଶୀଳ ଏଣୁ ଏହାକୁ ଦୃଷ୍ଟିରେ ରଖି ମାଁ ମାହେଶ୍ୱରୀ ସେନା ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଦୁଇ ମୁଖ୍ୟ ହସ୍ପିଟାଲ ଭୀମ ଭୋଇ ମେଡିକାଲ କଲେଜରେ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମାଗଣା ଖାଦ୍ୟ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ଏହି ଖାଦ୍ୟ ବଣ୍ଟନରେ ଥିବା ତଥା ଆଖପାଖ ରେ ଥିବା ଅସହାୟ ତିନି ହଜାର ରୁ ଅଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିବା । ସେବା ସହଯୋଗ ସମର୍ପଣ ମନୋଭାବକୁ ନେଇ ଆୟୋଜଜିତ ହୋଇଥିବା ଏହି ଅଭିନବ ପ୍ରୟାସ ଅଂଚଳବାସୀ ଏବଂ ବୁଦ୍ଧିଜିବୀ ମହଲରେ ପ୍ରଶଂସିତ ହୋଇଅଛି । ଆଗାମୀ ବର୍ଷ ଗୁଡିକରେ ବି ସେବା ଅବ୍ୟାହତ ରହିଥିବ ବଳି ସଂଗଠନ ପକ୍ଷରୁ ସୂଚନା ଦିଯାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande