
ବଲାଙ୍ଗିର, 16 ସେପ୍ଟେମ୍ବର (ହି.ସ.) ସଦାଇପାଲି ନବଜ୍ୟୋତି କ୍ଲବ ପ୍ରାଙ୍ଗଣରେ ନୂଆଁଖାଇ ଭେଟଘାଟ ଉତ୍ସବ ପାଳନ କରାଯାଇଛି ା । ଉକ୍ତ ଉତ୍ସବରେ ନବଜ୍ୟୋତି କ୍ଲବ ର ସଭାପତି ବାସୁଦେବ ମୁଗ୍ରୀ, ଆଇନଜିବୀ ଅର୍ଜୁନ ମୁଗ୍ରୀ, ପଡାର ୱାର୍ଡ ମେମ୍ବର ରୁକ୍ମଣୀ ବାଗ ଓ ଆଶା କର୍ମୀ ସବିତା ସୁନା ମଂଚାସିନ ଥିଲେ । ଚଳିତ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀରେ ଉତ୍ତିନ୍ନ ହୋଇଥିବା ସନ୍ଦେଶ ମୁଗ୍ରୀ ଓ ଦ୍ୱାଦଶ ଶ୍ରେଣୀରେ ଉତ୍ତିନ୍ନ ହୋଇଥିବା ଅନିକେତ ମୁଗ୍ରୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କୁନି କୁନି କଳାକାର ଝିଅମାନେ ପୁଅମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଦୁଇ ଜଣ କଣ୍ଠ ଶିଳ୍ପୀ ଟିକୁ ଓ ବିଶି ନୁଆଁଖାଇ ଉପରେ ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ରିଷିକେଶ ମୁଗ୍ରୀ ପରିଚାଳନା କରିଥିଲେ ଓ ରାଜେନ୍ଦ୍ର ରାଏ ନିର୍ଦ୍ଦେଶନା ଓ ଧନ୍ୟବାଦ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ