
ଜୟପୁର, ୧୬ ସେପ୍ଟେମ୍ବର (ହି.ସ.) - ଗାଧୋଇବା ବେଳେ ପୋଖରୀ ଭିତରେ ଗୋଡ଼ ଖସି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଂଚାୟତ ଅଧିନସ୍ଥ ଟିକରା ପୋଡ଼ା ଗାଁ ରେ। ମୃତ ବ୍ୟକ୍ତି ଜଣକ ହେଲେ ଲିମ ଦିଶାରି (୫୬) । ଘଟଣାକୁ ନେଇ ମୃତ ବ୍ୟକ୍ତିଙ୍କ ସାନ ପୁଅ ମନୋବଧ ଦିଶାରି ଦଶମନ୍ତପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଏତଲା କୁ ଭିତି କରି ଥାନା ଅଧିକାରୀ ଚରଣ ସିଂ ମାଝୀ ଙ୍କ ନିର୍ଦ୍ଦେଶ କ୍ରମେ ଏସ୍ ଆଇ ସୁଶ୍ରୀ ସ୍ୱରୁପା ମଲିକ, ଏ ଏସ୍ ଆଇ, ରବିନ୍ଦ୍ର ବଡ କୁମାର ସହ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଥିଲେ। ଶବ ପୋଖରୀ ଭିତରେ ବୁଡି ଯାଇଥିବାରୁ ଅଗ୍ନିଶମ ବିଭାଗ ଏବଂ ଗାଁ ଯୁବକ ମାନଙ୍କ ସହଯୋଗରେ ପୋଖରୀ ରେ ଖୋଜି ଶବ ଉଦ୍ଧାର କରିଥିଲେ । ପରେ ବ୍ୟବଛେଦ କରାଇ ପରିବାର କୁ ହସ୍ତାନ୍ତର କରିଥିବାର ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି