ଖାଲଖମା ଭରିଲେ ଯୁବ କଂଗ୍ରେସ କର୍ମୀ
Youth congress members maintain the road
ଖାଲଖମା ଭରିଲେ ଯୁବ କଂଗ୍ରେସ କର୍ମୀ


ଝାରସୁଗୁଡ଼ା,, 16 ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ତଥା ପୁରୁଣା ବସଷ୍ଟାଣ୍ଡ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଦୈନିକ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲଖମା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ଲାଗି ରହିଥିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବୁଧବାର ସକାଳେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶାହରୁଖ ଖାନଙ୍କ ନେତୃତ୍ୱରେ ରାସ୍ତା ମରାମତି ଅଭିଯାନ କରାଯାଇଥିଲା। ଯୁବ କଂଗ୍ରେସ କର୍ମୀମାନେ ରାସ୍ତାର ଖାଲଖମାରେ ଇଟା, ସିମେଣ୍ଟ, ବାଲି ଓ ଗୋଡ଼ି ପକାଇ ତାହାକୁ ପୋତିବା ସହ ଯାତାୟାତ ଉପଯୋଗୀ କରିବାକୁ ଉଦ୍ୟମ କରିଥିଲେ।

ଅଭିଯାନ ସମୟରେ ଶାହରୁଖ ଖାନ ନିଜେ ଉପସ୍ଥିତ ରହି ମରାମତି କାର୍ଯ୍ୟରେ ସାମିଲ ହୋଇଥିଲେ। ରାସ୍ତାର ଖାଲଖମା ଯୋଗୁଁ ପଥଚାରୀ ଓ ଗାଡ଼ି ଚାଳକଙ୍କ ଯାତାୟାତରେ ଯେପରି ବାଧା ନହୁଏ ଏବଂ ଦୁର୍ଘଟଣା ଆଶଙ୍କା କମିବ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଥିବା ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ଜନହିତକର କାର୍ଯ୍ୟରେ ବହୁ ସଂଖ୍ୟାରେ ଯୁବ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ଯୋଗଦେଇ ସହଯୋଗ କରିଥିଲେ। ରାସ୍ତା ମରାମତି ପାଇଁ ଯୁବ କଂଗ୍ରେସର ଏଭଳି ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ, ବ୍ୟବସାୟୀ ଓ ସାଧାରଣ ଲୋକେ ପ୍ରଶଂସା କରିଥିବା ଜଣାପଡ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande