ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ସେପ୍ଟେମ୍ବର ୧୮ରେ ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ସତ୍ୟାଗ୍ରହ କରିବ ନବନିର୍ମାଣ
• ସେପ୍ଟେମ୍ବର ୨୨ ବିଧାନସଭା ଘେରାଉ ଭୁବନେଶ୍ବର , 16 ସେପ୍ଟେମ୍ବର (ହି.ସ.) -ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ୬ ଦଫା ଦାବୀରେ ନବନିର୍ମାଣ ଯୁବଛାତ୍ର ସଂଗଠନର ୨୮ ଦିନର ସତ୍ୟାଗ୍ରହ ଏବଂ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଆଜି ୧୧ ଦ
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ସେପ୍ଟେମ୍ବର ୧୮ରେ ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ସତ୍ୟାଗ୍ରହ କରିବ ନବନିର୍ମାଣ


• ସେପ୍ଟେମ୍ବର ୨୨ ବିଧାନସଭା ଘେରାଉ

ଭୁବନେଶ୍ବର , 16 ସେପ୍ଟେମ୍ବର (ହି.ସ.) -ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ୬ ଦଫା ଦାବୀରେ ନବନିର୍ମାଣ ଯୁବଛାତ୍ର ସଂଗଠନର ୨୮ ଦିନର ସତ୍ୟାଗ୍ରହ ଏବଂ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଆଜି ୧୧ ଦିନରେ ପହଞ୍ଚିଛି। ଅହିଂସକ ସତ୍ୟାଗ୍ରହ ଧାରାକୁ ଗଣତାନ୍ତ୍ରିକ ସରକାରମାନେ ନବୁଝିବା ପ୍ରତିବାଦରେ ଆଗାମୀ ସେପ୍ଟେମ୍ବର ୨୨ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ନବନିର୍ମାଣ କୃଷକ ସଂଗଠନ ଓ ଯୁବଛାତ୍ର ସଂଗଠନ ମିଳିତ ପ୍ରୟାସରେ ସରକାରଙ୍କୁ ଜୋରଦାର ବିରୋଧ କରିବ ବୋଲି ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର କଡ଼ା ଚେତାବନୀ ଦେଇଛନ୍ତି। ଆଗାମୀ ସେପ୍ଟେମ୍ବର ୧୮ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ରାଜ୍ୟର ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ନାରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହିତ ନୂଆ ବହି ଫେରସ୍ତ ଦାବୀରେ ୨ ଘଣ୍ଟାର ଶାନ୍ତିପୂର୍ଣ୍ଣ ଧାରଣା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତି ହୋଇଛି।

ଆଜିର ଅନଶନରେ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଠା ଡା. କୁଳମଣୀ, ରାଜ୍ୟ ମହିଳା ଆବାହକ ମଧୁମିତା ସାମଲ, କେନ୍ଦ୍ରାପଡ଼ାର ଅକୃର ପଲାଇ, ନକୁଳ ଚରଣ ସାହୁ, ବରିଷ୍ଠ କୃଷକ ନେତା ସୁରେନ୍ଦ୍ର ମହାରଣା, ଢେଙ୍କାନାଳ ପ୍ରଭାରୀ ଅଶ୍ବିନୀ ଜେନା, ଗଞ୍ଜାମ ଛାତ୍ର ନେତା ସୁମନ ପଟ୍ଟନାୟକ, ଗଣେଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande