
ଭୁବନେଶ୍ୱର, ୧୬ ସେପ୍ଟେମ୍ବର (ହି.ସ)- ମୂର୍ତି ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ପ୍ରାଣହାନୀ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ନବୀନ ଲେଖିଛନ୍ତି ମୂର୍ତି ବିସର୍ଜନ ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ପ୍ରାଣହାନୀ ହେବା ସହ ଏକାଧିକ ଆହତ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ଉଭୟଙ୍କ ଅମର ଆତ୍ମାର ସଦଗତି ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା