ଏମଏମଡିଆର  କଳା ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସର ବିକ୍ଷୋଭ
ଜୟପୁର, 16 ସେପ୍ଟେମ୍ବର (ହି.ସ.) ଏମଏମଡିଆର କଳା ଆଇନ ପ୍ରତ୍ୟାହାର ଦାବିରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ କଂଗ୍ରେସର ବିକ୍ଷୋଭ । ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଆଜି ରାଜ ରାସ୍ତା ରେ ବିଶାଳ ରାଲି ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ କଂଗ୍ରେସର ବହୁ ନେତା
ଏମଏମଡିଆର  କଳା ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସର ବିକ୍ଷୋଭ


ଜୟପୁର, 16 ସେପ୍ଟେମ୍ବର (ହି.ସ.) ଏମଏମଡିଆର କଳା ଆଇନ ପ୍ରତ୍ୟାହାର ଦାବିରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ କଂଗ୍ରେସର ବିକ୍ଷୋଭ । ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଆଜି ରାଜ ରାସ୍ତା ରେ ବିଶାଳ ରାଲି ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ କଂଗ୍ରେସର ବହୁ ନେତା, ଜନପ୍ରତିନିଧି ଓ କର୍ମୀ ସାମିଲ ହୋଇଥିଲେ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ ଏମ ଏମ ଡି ଆର କଳା ଆଇନକୁ ବିରୋଧ କରି କଂଗ୍ରେସର ଶକ୍ତି ପ୍ରଦର୍ଶନ । ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭରେ ଆଇନ ପ୍ରତ୍ୟାହାର ଦାବି ଜୋରଦାର କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ରୂପକ କୁମାର ତୁରୁକ ଏବଂ ବିଧାୟକ ଦଳର ନେତା ତଥା ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।ବିକ୍ଷୋଭରେ ଅର୍ଜୁନ ବାଙ୍କା, କାମେଶ କାମୁଡି, ସାନୟା ମାଝୀ,ଗପାଳ ମାଟାମ ପଟ୍ଟାଙ୍ଗି, ନନ୍ଦ ପୁର, ସେମିଲିଗୁଡା, କୋରାପୁଟ ଚାରୋଟି ବ୍ଲକର କଂଗ୍ରେସ ସଭାପତି, ବିଧାୟକ ପ୍ରତିନିଧି, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ସ୍ତରୀୟ ଜନପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସେବା ଦଳ ସମେତ ବିଭିନ୍ନ ପଞ୍ଚାୟତର କଂଗ୍ରେସ କର୍ମୀ ଯୋଗଦେଇଥିଲେ।ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅଗ୍ନିଗଙ୍ଗାମା ମନ୍ଦିର ନିକଟରୁ ଶତାଧିକ କଂଗ୍ରେସ କର୍ମୀ ରାଲିରେ ବାହାରିଥିଲେ । ସହର ପରିକ୍ରମା କରିବା ପରେ ରାଲି ମିନି ଷ୍ଟାଡିୟମରେ ପହଞ୍ଚିଥିଲା ।ସେଠାରେ ଏକ ବିରାଟ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଏମ ଏମ ଡି ଆର ଆଇନକୁ ନେଇ କଂଗ୍ରେସ ନେତାମାନେ ନିଜର ଆପତ୍ତି ବିଜେପି କେନ୍ଦ୍ର, ରାଜ୍ୟ ଓ ବିଜେଡି ଉପରେ ବର୍ସି ଥିଲେ, ଏବଂ ନିଜ ଦାବିରେ ଜଙ୍ଗଳ ଜମି ପେସା ଆଇନ, ଡ଼ ଭୀମରାଓ ଆମ୍ବେଦକର ସମ୍ଭୀଦାନ ଉପରେ ଉପସ୍ଥାପନ କରି ବା ସହ ଆଇନ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande