
ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମୀଙ୍କୁ
ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।
ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି କହିଛନ୍ତି ଯେ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମୀ
ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ଦୀର୍ଘାୟୁର ଅଧିକାରୀ ହୁଅନ୍ତୁ ଏବଂ ଉତ୍ତରାଖଣ୍ଡର
ଜନସାଧାରଣଙ୍କ ବିକାଶ ଓ କଲ୍ୟାଣ ପାଇଁ ନିଜର ସମର୍ପିତ ପ୍ରୟାସ ଜାରି ରଖନ୍ତୁ ଏହା ମୋର
ହାର୍ଦ୍ଦିକ ଶୁଭକାମନା ବୋଲି କହିଛନ୍ତି ରାଜ୍ୟପାଳ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି କହିଛନ୍ତି ଯେ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମୀ
ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଦୀର୍ଘ, ସୁସ୍ଥ ଓ ନିରୋଗ
ଜୀବନ ପ୍ରଦାନ କରନ୍ତୁ ଏବଂ ଜନସେବା ପ୍ରତି ଆପଣଙ୍କର ସମର୍ପିତ ପ୍ରୟାସରେ ନିରନ୍ତର ସଫଳତା
ପ୍ରଦାନ କରନ୍ତୁ ଏହି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀଙ୍କୁ ଜନ୍ମଦିନର
ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସୋସିଆଲ ହ୍ୟାଣ୍ଡେଲରେ ଏକ
ଶୁଭେଚ୍ଛା ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ
ଧାମୀଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସୁସ୍ଥ ଜୀବନ, ଶକ୍ତି ଓ ଦୀର୍ଘାୟୁ
ପ୍ରଦାନ କରନ୍ତୁ। ଉତ୍ତରାଖଣ୍ଡର ପ୍ରଗତି ଓ ସମୃଦ୍ଧିରେ ଆପଣଙ୍କ ଦୂରଦୃଷ୍ଟି ଓ ନିଷ୍ଠାପର ଅବଦାନ
ନିରନ୍ତର ଜାରି ରହୁ। ଆପଣଙ୍କ ଆଗାମୀ ବର୍ଷଟି ସୁଖମୟ, ସଫଳ ଓ ପୂର୍ଣ୍ଣତାରେ ଭରିଯାଉ—ଏହା ମୋର ହାର୍ଦ୍ଦିକ ଶୁଭକାମନା।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା
ଜାରି କରି କହିଛନ୍ତି ଯେ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମୀ ଜୀଙ୍କୁ
ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ
ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ
ମଙ୍ଗଳମୟ ଜୀବନ ପାଇଁ ପ୍ରାର୍ଥନା କରୁଛି।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଉତ୍ତରାଖଣ୍ଡର
ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ
ଶ୍ରୀଜଗନ୍ନାଥ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ଜନସେବାରେ ସମର୍ପିତ ଭାବେ ନିରନ୍ତର କାର୍ଯ୍ୟ କରିବା ପାଇଁ
ଶକ୍ତି ପ୍ରଦାନ କରନ୍ତୁ। ସଫଳତା ଓ ସମୃଦ୍ଧିରେ ପରିପୂର୍ଣ୍ଣ ଦୀର୍ଘ ଏବଂ ସାର୍ଥକ ଜୀବନ ପାଇଁ
ତାଙ୍କୁ ମୋର ଶୁଭକାମନା।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର
ପ୍ରଧାନ କହିଛନ୍ତି ଯେ, ଦେବଭୂମି ଉତ୍ତରାଖଣ୍ଡର ବିକାଶ ପାଇଁ ସମର୍ପିତ ମୁଖ୍ୟମନ୍ତ୍ରୀ ଶ୍ରୀ
ପୁଷ୍କର ସିଂହ ଧାମୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଭଗବାନଙ୍କ ନିକଟରେ ଆପଣଙ୍କ
ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ପାଇଁ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା