ଜୟନ୍ତ ଷଡଙ୍ଗୀଙ୍କ ପୁତୁରା ବିୟୋଗରେ ସମ୍ବିତ ପାତ୍ରଙ୍କ ଶୋକ
ଭୁବନେଶ୍ୱର, ୧୬ ସେପ୍ଟେମ୍ବର (ହି.ସ)- ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ପୁତୁରା ବିୟୋଗରେ ସାଂସଦ ସମ୍ବିତ ପାତ୍ର ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସାଂସଦ ଲେଖିଛନ୍ତି ୍ପୁରୀର ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀଙ୍କର ପ୍ରିୟ ପୁତୁରା ରାଜେନ୍
dyh


ଭୁବନେଶ୍ୱର, ୧୬ ସେପ୍ଟେମ୍ବର (ହି.ସ)- ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ପୁତୁରା ବିୟୋଗରେ ସାଂସଦ ସମ୍ବିତ ପାତ୍ର ଶୋକ ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସାଂସଦ ଲେଖିଛନ୍ତି ୍ପୁରୀର ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀଙ୍କର ପ୍ରିୟ ପୁତୁରା ରାଜେନ୍ଦ୍ର ଷଡଙ୍ଗୀ (ରାଜା) ଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ । ମୁଁ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱର୍ଗତ ରାଜାଙ୍କ ଆତ୍ମାକୁ ନିଜ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ସମଗ୍ର ପରିବାରକୁ ଏହି ଅପୂରଣୀୟ କ୍ଷତି ଓ ଅସହ୍ୟ ଦୁଃଖ ସହିବାକୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ।ଓଁ ଶାନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande