ମୋବାଇଲ ଚୋର ଗ୍ୟାଙ୍ଗ ଧରାପଡ଼ିଲା, ୧୩ଟି ଚୋରା ମୋବାଇଲ ଜବତ
ଗଞ୍ଜାମ, ୧୭ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ବଡ଼ବଜାର ପୋଲିସ ଏକ ବଡ଼ ଚୋରି ଏବଂ ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ବଡ଼ବଜାର ଥାନା କେସ ନଂ ୬୭୮/୨୦୨୬ ୩୩୧(୪)/୩୦୫(ଏ) ଧାରାରେ କେସ ରୁଜ୍ଜୁ ହୋଇଛି। ଗତ ୦୯.୦୯.୨୦୨୬ ରାତିରେ ଆସ୍କା ରୋଡ୍, ସାଇବର ଥାନା ନିକଟରେ ଥିବା ଏକ ନିର୍ମାଣ
Qeertyu


ଗଞ୍ଜାମ, ୧୭ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ବଡ଼ବଜାର ପୋଲିସ ଏକ ବଡ଼ ଚୋରି ଏବଂ ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି।

ବଡ଼ବଜାର ଥାନା କେସ ନଂ ୬୭୮/୨୦୨୬ ୩୩୧(୪)/୩୦୫(ଏ) ଧାରାରେ କେସ ରୁଜ୍ଜୁ ହୋଇଛି। ଗତ ୦୯.୦୯.୨୦୨୬ ରାତିରେ ଆସ୍କା ରୋଡ୍, ସାଇବର ଥାନା ନିକଟରେ ଥିବା ଏକ ନିର୍ମାଣାଧୀନ ସାଇଟର ବିଶ୍ରାମ କୋଠରୀରୁ ୮ଟି ମୋବାଇଲ ଚୋରି ହୋଇଥିଲା। ଏନେଇ ଆଦିତ୍ୟ ନାରାୟଣ ସାହୁ ୧୧.୦୯.୨୦୨୬ ରେ ଅଭିଯୋଗ କରିଥିଲେ l ତଦନ୍ତ ବେଳେ ପୋଲିସ ୩ ଜଣଙ୍କୁ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ ଶୁଭମ ତରିଣୀ (୧୮)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଶୁଭମର ଘର ବଡ଼ବଜାର କୁଠରୀ ମନ୍ଦିର ସାହିରେ l

ଦୁଇ ଜଣ ନାବାଳକ (୧୭ ବର୍ଷ ଏବଂ ୧୪ ବର୍ଷ) - ଗଣେଶ ନଗର ମେନ ରୋଡ୍, ପୁରୁଣା ବ୍ରହ୍ମପୁର। ଦୁହିଁଙ୍କୁ ଅଟକ ରଖି ଜୁଭେନାଇଲ ଜଷ୍ଟିସ ଵୋର୍ଡରେ ହାଜର କରାଯାଇଛି। ପଚରାଉଚରା ବେଳେ ସେମାନେ ଆସ୍କା ରୋଡ୍ ଚୋରି ସହ ସହରର ଅନ୍ୟ ମୋବାଇଲ ଚୋରି ଘଟଣା ସ୍ୱୀକାର କରିଛନ୍ତି। ସେମାନଙ୍କ ନିକଟରୁ ମୋଟ ୧୩ଟି ଚୋରା ମୋବାଇଲ ଜବତ କରାଯାଇଛି।

୧୭ ବର୍ଷୀୟ ନାବାଳକ ନାଁରେ ୧୯ଟି ଏବଂ ୧୪ ବର୍ଷୀୟ ନାବାଳକ ନାଁରେ ୩ଟି ପୂର୍ବ ମାମଲା ରହିଛି।

ଅଧିକ ତଦନ୍ତ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande