
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ
ଜନ୍ମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ ଜଣାଇଛନ୍ତି ।
ସୋସିଆଲ ହ୍ୟାଣ୍ଡେଲରେ ଏକ
ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା, ଦେଶର ସ୍ୱାଭିମାନ ଓ ଜନସେବାର ଅନନ୍ୟ ପ୍ରତୀକ,
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀଙ୍କୁ ୭୬ତମ ଜନ୍ମଦିବସ ଅବସରରେ
ସମଗ୍ର ଓଡ଼ିଶାବାସୀଙ୍କ ତରଫରୁ ଆନ୍ତରିକ ଶୁଭେଚ୍ଛା । ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ
ଆଜି ସମଗ୍ର ଦେଶରେ ନବଜାଗରଣର ନୂତନ ଅଧ୍ୟାୟ ରଚନା କରିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର ଗଭୀର ସ୍ନେହ, ଏବଂ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ତାଙ୍କର
ଅସୀମ ସହଯୋଗ ନିମନ୍ତେ ଆମେ ସଦା କୃତଜ୍ଞ। ଏହି ସ୍ମରଣୀୟ ଅବସରରେ, ମୋଦିଜୀଙ୍କ
ଜନକଲ୍ୟାଣକାରୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ‘ସେବା ସଂକଳ୍ପ ପର୍ବ’ ପାଳନ କରୁଛୁ। ନିଷ୍ଠାପର
ଜନସେବା, ଗରିବ କଲ୍ୟାଣ, ଓ ସମାଜର ଶେଷ
ଧାଡ଼ିରେ ଥିବା ପ୍ରତ୍ୟେକଟି ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ପୁନଃ ସଂକଳ୍ପବଦ୍ଧ।
ସେ କହିଛନ୍ତି ଯେ,ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ମାନନୀୟ ମୋଦିଜୀଙ୍କ ଦୀର୍ଘ, ନିରାମୟ ଜୀବନ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଅପାର
କୃପା କାମନା କରୁଛି। ତାଙ୍କର ଦୀର୍ଘ ଓ ସାଧନାପୂର୍ଣ୍ଣ ଜୀବନଯାତ୍ରା ଭାରତବର୍ଷକୁ ସଦାସର୍ବଦା
ନୂତନ ଦିଗଦର୍ଶନ ଦେଉଥାଉ। ମୋଦିଜୀଙ୍କ ସମର୍ଥ ନେତୃତ୍ୱରେ 'ବିକଶିତ
ଭାରତ'ର ସ୍ୱପ୍ନ ସାକାର ହେଉ ଏବଂ ଆମଭାରତ ବିଶ୍ୱବିଜୟୀ ହୋଇ ଆଗେଇ
ଚାଲୁ ଏହି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା