
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ନବଗଠିତ
କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡକୁ ଅଭିନନ୍ଦନ ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ
କନକ ବର୍ଦ୍ଧନ ସିଂହଦେଓ ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ନବଗଠିତ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡ
(ସିବିଏଫ୍ସି)କୁ ଅଭିନନ୍ଦନ। ନୂତନ ବୋର୍ଡର ସମ୍ମାନନୀୟ ସଦସ୍ୟମାନଙ୍କୁ ମୋର ଆନ୍ତରିକ
ଶୁଭେଚ୍ଛା ଜଣାଉଛି। ଏଥିରେ ପ୍ରତିଷ୍ଠିତ ସଦସ୍ୟ ପ୍ରୀତି ଜିଣ୍ଟା, ସୁନୀଲ
ସେଟ୍ଟୀ, ରୂପାଲୀ
ଗାଙ୍ଗୁଲୀ, ପଲ୍ଲବୀ
ଯୋଶୀ, ପଙ୍କଜ
ତ୍ରିପାଠୀ, ପ୍ରସେନଜିତ
ଚାଟାର୍ଜୀ, ମନୋଜ
ଯୋଶୀ ଏବଂ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ସାମିଲ
ଅଛନ୍ତି। ସିନେମା ଓ ସୃଜନଶୀଳ କଳା ଜଗତରେ ସେମାନଙ୍କର ସାମୂହିକ ଅଭିଜ୍ଞତା ଓ ଅବଦାନ ବୋର୍ଡର
କାର୍ଯ୍ୟଧାରାରେ ମୂଲ୍ୟବାନ ଦୃଷ୍ଟିକୋଣ ଆଣିବ। ନୂତନ ଟିମ୍ର କାର୍ଯ୍ୟକାଳ ପ୍ରଭାବଶାଳୀ ଓ ସଫଳ
ହେଉ। ଭାରତୀୟ ସିନେମାର ନିରନ୍ତର ବିକାଶ ଓ ଉତ୍କର୍ଷରେ ନୂତନ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ଅବଦାନ
ରଖୁ, ଏହି କାମନା କରୁଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ନବଗଠିତ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର
ବୋର୍ଡ (ସିବିଏଫ୍ସି)କୁ ହାର୍ଦ୍ଦିକ ଅଭିନନ୍ଦନ। ପ୍ରତିଷ୍ଠିତ ଅଭିନେତ୍ରୀ ପ୍ରୀତି ଜିଣ୍ଟା, ସୁନୀଲ
ସେଟ୍ଟୀ, ରୂପାଲୀ
ଗାଙ୍ଗୁଲୀ, ପଲ୍ଲବୀ
ଯୋଶୀ, ପଙ୍କଜ
ତ୍ରିପାଠୀ, ପ୍ରସେନଜିତ
ଚାଟାର୍ଜୀ, ମନୋଜ
ଯୋଶୀ, ଚଳଚ୍ଚିତ୍ର
ନିର୍ମାତା ନୀଳମାଧବ ପଣ୍ଡାଙ୍କ ସମେତ ନୂତନ ବୋର୍ଡର ସମସ୍ତ ସଦସ୍ୟଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା
ଜଣାଉଛି। ଭାରତର ସମୃଦ୍ଧ ଚଳଚ୍ଚିତ୍ର ଓ ସୃଜନଶୀଳ କ୍ଷେତ୍ରର ବିକାଶରେ ଅବଦାନ ରଖିବା ସହିତ
ସମଗ୍ର ଟିମ୍ର କାର୍ଯ୍ୟକାଳ ଅର୍ଥପୂର୍ଣ୍ଣ ଓ ସଫଳ ହେଉ, ଏହି କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା