
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ୟୁପିଆଇ
ପେମେଂଟ୍ସ ନେଇ ସାଧାରଣ ଲୋକଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ ବୋଲି କହିଛନ୍ତି ରାଜ୍ୟସଭା
ସାଂସଦ ସୁଜିତ୍ କୁମାର। ସେ କହିଛନ୍ତି ଯେ, ୟୁପିଆଇ ପେମେଂଟ ଡିଜିଟାଲ ଇକୋ ସିଷ୍ଟମକୁ ଆହୁରି
ମଜଭୁତ୍ କରିବ। ଦୁଇ ହଜାର ଟଙ୍କାରୁ ଅଧିକ କମର୍ସିଆଲ କାରବାର ପାଇଁ ଗ୍ରାହକଙ୍କୁ ନୁହଁ ବରଂ
ବ୍ୟବସାୟୀଙ୍କୁ ୪ ପ୍ରତିଶତ ଚାର୍ଜ ଦେବାକୁ ପଡ଼ିବ। ଏନେଇ ଯାହା ମାତ୍ର 4 ପ୍ରତିଶତ କାରବାର। 96 ପ୍ରତିଶତ ଲୋକ ଏଥିରୁ ବାଦ
ପଡିବେ। ଯେଉଁମାନେ ଦେବେ ସେମାନେ ବ୍ୟବସାୟୀ।
ସାଧାରଣ ଲୋକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନି। କେବଳ ସାଧାରଣ ଲୋକଙ୍କୁ ଭ୍ରମିତ କରୁଛନ୍ତି
ବିରୋଧୀ ବୋଲି ରାଜ୍ୟସଭା ସାଂସଦ ସୁଜିତ୍ କୁମାର।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା