ଚିଠି ଲେଖିଲେ କାମ ତ୍ବରାନ୍ବିତ ହେବ- ବିଜେପି ରାଜ୍ୟ ସଭାପତି
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ସରକାରୀ ଦଳ ବିଧାୟକ ଓ ସାଂସଦ ଚିଠି ଲେଖିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିରୋଧୀ ଦଳ ଅଭିଯୋଗ କରିବାର ନୈତିକତା ନାହିଁ। ଯେଉଁମାନେ ୮୦ ବର୍ଷ ଧରି କରିନଥିଲେ ସେମାନେ
ଚିଠି ଲେଖିଲେ କାମ     ତ୍ବରାନ୍ବିତ ହେବ- ବିଜେପି ରାଜ୍ୟ ସଭାପତି


ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ସରକାରୀ ଦଳ ବିଧାୟକ ଓ ସାଂସଦ ଚିଠି ଲେଖିବା ପ୍ରସଙ୍ଗରେ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିରୋଧୀ

ଦଳ ଅଭିଯୋଗ କରିବାର ନୈତିକତା ନାହିଁ। ଯେଉଁମାନେ ୮୦ ବର୍ଷ ଧରି କରିନଥିଲେ ସେମାନେ ଆଜି କଣ

ପାଇଁ କହୁଛନ୍ତି। ସବୁ କାମକୁ ତ୍ବରାନ୍ବିତ ଢଙ୍ଗରେ ସରକାର୍ କରୁଛନ୍ତି। ଗୋଟିଏ ପରେ ଗୋଟିଏ

କାର୍ଯ୍ୟ କରାଯାଉଛି। ସଂକଳ୍ପ ପତ୍ରରେ ଯାହା ଲେଖାଯାଇଛି ସେ କାର୍ଯ୍ୟକୁ କ୍ରିୟାନ୍ଵୟନ୍

କରିବାକୁ ଚେଷ୍ଟା ଚାଲିଛି। 5 ବର୍ଷ

ଭିତରେ ସବୁ କାର୍ଯ୍ୟ କରାଯିବ। ମୌଳିକ ସମସ୍ୟାର ସମାଧାନ ପୁରା କରିବା ପ୍ରାଥମିକତା। ସରକାର୍

ଏଥିରେ ସଂକଳ୍ପ ବଦ୍ଧ। ଯେଉଁ କାମ କରାଯାଉଛି ତାହାକୁ ଗତି ଦେବାକୁ ଚିଠି ଲେଖିଛନ୍ତି। ତାକୁ

ନକାରାତ୍ମକ ଦିଗରେ ନିଅନ୍ତୁନି। ଚିଠି ଲେଖିଲେ କାମ ତ୍ବରାନ୍ବିତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande