
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ବାତ୍ୟା ଆକଳନ
ଖବର ଉପରେ ପ୍ରତିକ୍ରିୟା ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
କହିଛନ୍ତି ଯେ, ବାତ୍ୟା ନେଇ କିଛି ଘରୋଇ ସଂସ୍ଥା ପୂର୍ବାନୁମାନ ଲଗାଉଛନ୍ତି। ସେମାନେ ଆକଳନ
କରୁଛନ୍ତି। ସେମାନେ ତାଙ୍କ ଅଙ୍କ କଷନ୍ତୁ। କିନ୍ତୁ ସରକାର ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟକୁ
ପ୍ରତିହତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେଥିପାଇଁ ଗତକାଲି ଆମେ ସମ୍ବଲପୁରରେ ଦୋପଲର୍
ରାଡାର୍ ସ୍ଥାପନ କଲୁ। ଡିସେମ୍ବର ସୁଦ୍ଧା ଆମେ ଭୁବନେଶ୍ୱର, ବାଲେଶ୍ୱର ଏବଂ ଗୋପାଳପୁରରେ ଅତ୍ୟାଧୁନିକ ଏହି ଦୋପଲର ରାଡାର୍ ଲାଗିବ।
ଯାହା ବାତ୍ୟଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସଠିକ୍ ଆକଳନ କରିବ। ଯାହା ପଡ଼ୋଶୀ ଆନ୍ଧ୍ର ପ୍ରଦେଶ,
ଛତିଶଗଡ଼ ଭଳି ଆଖପାଖ ରାଜ୍ୟର ଡାଟା ନେବା ସହ ସଠିକ୍ ଆକଳନ କରି ଆଗୁଆ ରିପୋର୍ଟ
ଦେବ। ଆମେ ଭାବୁଛୁ ପ୍ରଭୁ ଜଗନ୍ନାଥ ଆମକୁ ସାହା ହେବେ। ଏଯାଏ ସେଭଳି କିଛି ଆକଳନ ସଠିକ୍ ଭାବେ
ହୋଇନି। ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ଏବଂ ଆସିବ ତାକୁ ଆମେ ପ୍ରତିହତ କରିପାରିବା।
ସେମାନେ ଯାହା ପୂର୍ବାନୁମାନ ଲଗାଉଛନ୍ତି ଲଗାନ୍ତୁ କିନ୍ତୁ ଆମ 365 ଦିନ ପ୍ରସ୍ତୁତ ଅଛୁ। ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା