ପବିତ୍ର ବିଶ୍ୱକର୍ମା ପୂଜାର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମା ପୂଜା । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ, ପବିତ୍ର
ବିଶ୍ୱକର୍ମା


ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି ଦେବଶିଳ୍ପୀ

ବିଶ୍ୱକର୍ମା ପୂଜା । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ

ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି

କହିଛନ୍ତି ଯେ, ପବିତ୍ର ବିଶ୍ୱକର୍ମା ପୂଜାର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଭଗବାନ

ବିଶ୍ୱକର୍ମା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସଫଳତା ପ୍ରଦାନ କରନ୍ତୁ ଏବଂ ଶ୍ରମ ଓ କୌଶଳକୁ ନୂତନ

ଶକ୍ତି ଓ ଦିଗ ପ୍ରଦାନ କରନ୍ତୁ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ କହିଛନ୍ତି ଯେ, ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ

ଅଭିନନ୍ଦନ। ସୃଜନ, ନିର୍ମାଣ ଓ କୌଶଳର ଦେବତା ପ୍ରଭୁ ବିଶ୍ୱକର୍ମାଙ୍କ ଅପାର କୃପାରୁ

ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ପ୍ରଗତି ଭରିଯାଉ। ଆମର ସମସ୍ତ ଶ୍ରମିକ, କାରିଗର, ନିର୍ମାତା

ଓ ଶିଳ୍ପଦ୍ୟୋଗୀ ଭାଇଭଉଣୀଙ୍କ ନିଷ୍ଠା ଓ ପରିଶ୍ରମ ଦ୍ୱାରା ରାଜ୍ୟର ବିକାଶ ଧାରା ଆହୁରି

ତ୍ୱରାନ୍ୱିତ ହେଉ, ଏହାହିଁ ପ୍ରଭୁ ବିଶ୍ଵକର୍ମାଙ୍କ ନିକଟରେ ପ୍ରାର୍ଥନା।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ,ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ

ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଅପାର କୃପାରୁ

ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି

ଓ ସଫଳତାରେ ଭରିଯାଉ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା କହିଛନ୍ତି ଯେ, ଭଗବାନ ବିଶ୍ୱକର୍ମାଙ୍କର ଜୟ । ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ

ଶୁଭେଚ୍ଛା ଓ ଶୁଭକାମନା । ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି

ଓ ସମୃଦ୍ଧିରେ ଭରିଯାଉ। କର୍ମଜୀବୀ, ଶ୍ରମିକ, କାରିଗର ଓ ଶିଳ୍ପୀ ସମାଜର ପରିଶ୍ରମ ଓ ସୃଜନଶୀଳତା ଆମ ରାଜ୍ୟର

ବିକାଶକୁ ଆହୁରି ଗତିଶୀଳ କରୁ ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ କହିଛନ୍ତି ଯେ, ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ

ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଏହି ପବିତ୍ର ଅବସର ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣିଦେଉ ଏତିକି କାମନା।

ଉଚ୍ଚଶିକ୍ଷା ମନ୍ତ୍ରୀ

ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ,ସମସ୍ତ ଦେଶବାସୀ ତଥା ଓଡ଼ିଶାର ଭାଇ-ଭଉଣୀମାନଙ୍କୁ ପବିତ୍ର

ବିଶ୍ୱକର୍ମା ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମା

ହେଉଛନ୍ତି ସୃଷ୍ଟି, କଳା, କୌଶଳ ଏବଂ ନିର୍ମାଣର ଅଧିଷ୍ଠାତା। ଆଜିର ଏହି ଶୁଭ ଦିନରେ, ମୁଁ ଆମ

ରାଜ୍ୟର ସମସ୍ତ କାରିଗର, ଶ୍ରମିକ, ଯନ୍ତ୍ରୀ ଏବଂ ସୃଜନଶୀଳ ବ୍ୟକ୍ତିବିଶେଷଙ୍କ ଅବଦାନକୁ ସମ୍ମାନ

ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande