ଭାଲୁ କାମୁଡ଼ା ରେ ଜଣେ ଗୁରୁତର
କେନ୍ଦୁଝର, ୧୮ ସେପ୍େଟମ୍ବର (ହି.ସ.) ଘଟଗାଁ ଥାନା ଅନ୍ତର୍ଗତ ବଣ ଚକୁଳିଆ ଗ୍ରାମ ଗୁଣ୍ଡିଚା ଘାଟୀ ନିକଟ ବସ୍ତି ରେ ଭାଲୁ କାମୁଡି ବାରୁ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉ ଛନ୍ତି। ଗୁରବାର ରାତି ନିଜ ଘରେ ଶୋଇ ଥିବା ବେଳେ ପରିସ୍ରା ଲାଗିବାରୁ,ବେଢାଜାଲ ମୁଣ୍ଡା (୬୫) ଘର ଆଗକୁ ବାହାରି ଥିଲେ, ଗୋଟିଏ ଜ
One serious


କେନ୍ଦୁଝର, ୧୮ ସେପ୍େଟମ୍ବର (ହି.ସ.) ଘଟଗାଁ ଥାନା ଅନ୍ତର୍ଗତ ବଣ ଚକୁଳିଆ ଗ୍ରାମ ଗୁଣ୍ଡିଚା ଘାଟୀ ନିକଟ ବସ୍ତି ରେ ଭାଲୁ କାମୁଡି ବାରୁ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉ ଛନ୍ତି। ଗୁରବାର ରାତି ନିଜ ଘରେ ଶୋଇ ଥିବା ବେଳେ ପରିସ୍ରା ଲାଗିବାରୁ,ବେଢାଜାଲ ମୁଣ୍ଡା (୬୫) ଘର ଆଗକୁ ବାହାରି ଥିଲେ, ଗୋଟିଏ ଜଙ୍ଗଲ ଭାଲୁ ତାଙ୍କୁ ଆକ୍ରମଣ କରିବା ପରେ ସେ ହାତରେ ଧରିଥିବା ଟ୍ରଚ ରେ ଭାଲୁ କୁ ଆଘାତ ଦେବାରୁ ଭାଲୁ ଆକ୍ରମଣ ରୁ ବେଢାଜାଲ୍ ଙ୍କ ଜୀବନ ବଂଚି ଥିବା ସେ ପ୍ରକାଶ କରଛନ୍ତି। ତାଙ୍କ ପେଟ ଓ ଜଙ୍ଘ ରେ ଆମ୍ପୁଡ଼ି ଥିବା ବେଳେ ବହୁ ରକ୍ତ ବାହାରିଥିଲା ରାତି ପରିବାରଲୋକ ଓ ସ୍ଥାନୀୟ ଗ୍ରାମରୁ ଅଟୋ ଯୋଗେ ତୁରନ୍ତ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇ ରାତି ଚିକିତ୍ସା କରାଯାଇଥିଲା। ଅଧିକ ଚିକିତ୍ସା ଆବଶ୍ୟକ ହେଲେ କେନ୍ଦୁଝର ଗଡ ମୁଖ୍ୟ ଚିକିତ୍ସାଳ ୟ ନେବାକୁ ପରିବାର ଲୋକଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଅଭିଯୋଗ ପରେ ଘଟଗାଁ ବାନପାଳ, ଶରତ ଚନ୍ଦ୍ର ପଟ୍ଟନାୟକ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ବେଢ଼ାଜାଲ ମୁଣ୍ଡା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ଘଟଣା ସମ୍ପର୍କ ରେ ତଥ୍ୟ ନେଇ ଥିବା ବେଳେ ବନବିଭାଗ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇବ ବୋଲି ପରିବାର ସଦସ୍ୟ ଙ୍କୁ ବନପାଳ ପ୍ରକାଶ କରିଛନ୍ତି।

-------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande