
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ଅତିବଡ଼ି
ଜଗନ୍ନାଥ ଦାସଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ
ସମେତ ଅନ୍ୟମାନେ ।
ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଆ ଜାତିର ଆଧ୍ୟାତ୍ମିକ
ଚେତନା, ସଂସ୍କୃତି
ଓ ଅସ୍ମିତାର ମହାନ୍ ପ୍ରତୀକ, ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।
‘ଓଡ଼ିଆ ଭାଗବତ’ ମାଧ୍ୟମରେ ସେ ପ୍ରଜ୍ଜ୍ୱଳିତ କରିଥିବା ଆଧ୍ୟାତ୍ମିକ ଓ ସାମାଜିକ ଚେତନାର ଆଲୋକ
ଆମକୁ ଚିରକାଳ ଏକତା, ସଦାଚାର ତଥା ପ୍ରଗତିର ପଥରେ ଆଗେଇ ନେଉ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଜଗନ୍ନାଥଙ୍କ ପରମ ଭକ୍ତ, ଓଡ଼ିଆ ଭାଗବତ ର ରଚୟିତା, ମହାନ୍ ଓଡ଼ିଆ ସାହିତ୍ୟିକ ତଥା ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ
ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ
ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ, ଓଡ଼ିଆ ଭାଗବତର ରଚୟିତା 'ଅତିବଡ଼ି' ଜଗନ୍ନାଥ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ଜଣାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ
ପରମଭକ୍ତ ତଥା ମହାନ ସାରସ୍ୱତ ସାଧକ ଜଗନ୍ନାଥ ଦାସଙ୍କ ରଚନାସମଗ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ଆଧ୍ୟାତ୍ମିକ ଚେତନାକୁ ସମୃଦ୍ଧ କରିବା ସହ ପିଢ଼ି ପରେ
ପିଢ଼ି ଓଡ଼ିଆଙ୍କ ଘରେ ଘରେ ଭାଗବତର ଆଲୋକ ପହଞ୍ଚାଇଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀରେ ବିନମ୍ର ପ୍ରଣାମ। ତାଙ୍କ ଅମର
ବାଣୀ ଓ ଶାଶ୍ୱତ ଚିନ୍ତନ ଆଜି ବି ଆମ ସମାଜକୁ ଭକ୍ତିର ପଥ ଦେଖାଉଛି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ
ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଆ ଭାଗବତର ସ୍ରଷ୍ଟା, ପ୍ରସିଦ୍ଧ କବି ତଥା ସାରସ୍ବତ ସାଧକ ଅତିବଡ଼ୀ ଜଗନ୍ନାଥ ଦାସଙ୍କ
ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା