



ସମ୍ବଲପୁର, ୧୯, ସେପ୍ଟେମ୍ବର (ହି.ସ.) ଶୁକ୍ରବାର ରାତି ୧୨ଟା ବେଳେ ନାଇଟ୍ ପେଟ୍ରୋଲିଙ୍ଗ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ଆଇରନ୍ ଫ୍ୟାକ୍ଟ୍ରି ଅଞ୍ଚଳସ୍ଥିତ ମହିନ୍ଦ୍ରା ସୋ’ରୁମ୍ ସମ୍ମୁଖରେ ଏକ ୨୨ ଚକିଆ ଟ୍ରକ୍ ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିଥିଲେ।
ଦୁର୍ଘଟଣାରେ ଟ୍ରକ୍ର ଚାଳକ ଓ ହେଲ୍ପର ଗାଡ଼ି ଭିତରେ ଗୁରୁତର ଭାବେ ଫସି ଯାଇଥିବା ଦେଖିବାକୁ ମିଳିଥିଲା । ପୋଲିସ ପେଟ୍ରୋଲିଙ୍ଗ୍ ସ୍ବାର୍ଡ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ପାଟ୍ରୋଲିଂ ଗାଡ଼ି ଯୋଗେ ବୁର୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ଆହତମାନଙ୍କ ମଧ୍ୟରୁ ଜଣଙ୍କର ଡାହାଣ ହାତ ଓ କାନରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।
ଘଟଣା ସମ୍ପର୍କରେ ତୁରନ୍ତ ବରେଇପାଲି ଥାନାକୁ ସୂଚନା ଦିଆଯାଇଥିବା ବେଳେ ପୋଲିସ ପକ୍ଷରୁ ଆବଶ୍ୟକ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପୋଲିସର ଏଭଳି କର୍ତ୍ତବ୍ୟ ସମ୍ପାଦନାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ