ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନିନ୍ଦନୀୟ ଓ ପ୍ରଶ୍ନବାଚୀ : ଏବିଭିପି
ନିରପେକ୍ଷ ଓ ଉଚ୍ଚସ୍ଥରୀୟ ତଦନ୍ତ ସହିତ ଦୋଷୀ ମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଅନ୍ତୁ ପ୍ରଶାସନ ଓ ସରକାର : ବିଶ୍ୱଜିତ୍ ପାତ୍ର ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ନିକଟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ
ଉତ୍କଳ ବିଶ୍ୱବିଦ୍ୟାଳୟରେ     ସ୍ନାତକ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନିନ୍ଦନୀୟ ଓ ପ୍ରଶ୍ନବାଚୀ : ଏବିଭିପି


ନିରପେକ୍ଷ ଓ ଉଚ୍ଚସ୍ଥରୀୟ

ତଦନ୍ତ ସହିତ ଦୋଷୀ ମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଅନ୍ତୁ ପ୍ରଶାସନ ଓ ସରକାର : ବିଶ୍ୱଜିତ୍

ପାତ୍ର

ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ନିକଟରେ ଉତ୍କଳ

ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ସୂଚନାଯୋଗ୍ୟ

ଯେ, ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । ଉତ୍କଳ

ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହିତ

ଖେଳିବା ଏକ ନିନ୍ଦନୀୟ ଅପରାଧ ଓ ଏହା ପ୍ରଶାସନର ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏଭଳି ସମସ୍ୟାର ତୁରନ୍ତ ସମାଧାନ କରିବା ଆବଶ୍ୟକ ଏବଂ ଯଦି ଏହି ତଥ୍ୟ ସତ ହୋଇଥାଏ ଏହି

ବିଶ୍ୱବିଦ୍ୟାଳୟ ପାଇଁ ଏକ ଲଜ୍ୟାର ବିଷୟ ହେବ ।

ଏହି ପରିପେକ୍ଷୀରେ ଏକ

ଦାୟିତ୍ୱବାନ ଛାତ୍ର ସଂଗଠନ ଭାବରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଏକ ନିରପେକ୍ଷ ଓ

ଉଚ୍ଚସ୍ତରୀୟ ତଦନ୍ତ କରି କଠୋରରୁ କଠୋର

କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ ଓ ସରକାରଙ୍କ ପାଖରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ୍ ପାତ୍ର

ଦାବି କରିଛନ୍ତି । ଏବଂ ଏହି ଘଟଣାର ତଦନ୍ତ ସମୟରେ ପରୀକ୍ଷା ନିୟନ୍ତ୍ରକ ଓ ତଦନ୍ତ ପରିସର ଭୁକ୍ତ

ହେବାକୁ ଥିବା ଅଧିକାରୀ ମାନେ ଇସ୍ତଫା ଦିଅନ୍ତୁ ବୋଲି ମଧ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶ

କରାଯାଇଛି। ବାରମ୍ବାର ଏହି ଭଳି ପରୀକ୍ଷାରେ ଅନିୟମିତତା ଦେଖାଯିବା ଓ ପ୍ରଶ୍ନପତ୍ର ଲିକ୍ ଭଳି

ଘଟଣା ପ୍ରତି ରାଜ୍ୟ ସରକାର ସଜାଗ ହୋଇ

କାର୍ଯ୍ୟନୁଷ୍ଠାନ ନେବା ଆବଶ୍ୟକ ବୋଲି ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ

କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ୍ ନିଜର ମତ ରଖିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande