
ଝାରସୁଗୁଡ଼ା, ୧୯ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଗ୍ରାମ ହରିଜନପଡ଼ାରେ ଚଳିତ ବର୍ଷ ଗଣେଶ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଚତୁର୍ଥୀ ତିଥିରେ ବିଧିବିଧାନ ଅନୁଯାୟୀ ଗଜାନନଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ଦେବାଶିଷ ଭଞ୍ଜ କର୍ତ୍ତା ଭାବେ ଏବଂ ହିମାଂଶୁ ଖଣ୍ଡାଇ ପୂଜକ ଭାବେ ଦାୟିତ୍ୱ ତୁଲାଇଥିଲେ। ପୂଜା ଉତ୍ସବକୁ ସଫଳ କରିବାରେ କମିଟିର ସଭାପତି ଦିନେଶ ଗୋଖରା, ସମ୍ପାଦକ ପ୍ରେମାନନ୍ଦ ଭଞ୍ଜ, କୋଷାଧ୍ୟକ୍ଷ ଦେବାଶିଷ ଭଞ୍ଜଙ୍କ ସମେତ ବିକାଶ ଭଞ୍ଜ, ଗଣେଶ ଭଞ୍ଜ, କେଶବ ବାଗ, ମିଥୁନ ନାଏକ, ଭେଷଜ କରାଲି ପ୍ରମୁଖ ସଦସ୍ୟ ସହଯୋଗ କରୁଛନ୍ତି।
ଆସନ୍ତା ୨୧ ତାରିଖ ଅପରାହ୍ନରେ ଗଣେଶଙ୍କ ଭବ୍ୟ ବିସର୍ଜନ ଉତ୍ସବ ଆୟୋଜନ କରାଯିବ। ଏହି ଅବସରରେ କୋରାପୁଟ ଜିଲ୍ଲା କୋଟପାଟର ଅବତାର ଗ୍ରୁପ୍, ଓଡ଼ିଆ ଆଲବମ୍ ଅଭିନେତ୍ରୀ ଜୟଶ୍ରୀ ଷଡ଼ଙ୍ଗୀ, ଝାରସୁଗୁଡ଼ାର ହିଟ୍ ବଏ କ୍ରିଉ ଗ୍ରୁପ୍ ର ନୃତ୍ୟଦଳ, ଛତିଶଗଡ଼ର ମା’ ସମଲେଶ୍ୱରୀ ଝୁମର ଦଳ, ଟିଟିଲାଗଡ଼ର ମା’ ବସ୍ତ୍ରାନୀ ମେଲୋଡି, ତରେଇକେଳାର କ୍ଷୀରୋଦ ଡିଜେ, ଆରଏସ୍ ଡିଜେ ଏବଂ କୁମ୍ଭାରୀର ବ୍ରଜେଶ୍ୱରୀ ଷ୍ଟାଚ୍ୟୁ ସାଂସ୍କୃତିକ ଦଳ ଯୋଗଦେବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ