
ଝାରସୁଗୁଡ଼ା, ୧୯ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ପାକେଲପଡ଼ା ପଞ୍ଚାୟତସ୍ତରୀୟ କଳାକାର ସମ୍ମିଳନୀ ଶୁକ୍ରବାର ଝରିଆବାହାଲ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ପଞ୍ଚାୟତ ଅଞ୍ଚଳର ବିଭିନ୍ନ କଳାକାର ଦଳ ଯୋଗଦେଇ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ। ମହୋତ୍ସବରେ ମା’ ବୀଣାପାଣି ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ, ବିଷ୍ଣୁପ୍ରିୟା କୀର୍ତ୍ତନ ମଣ୍ଡଳୀ, ଜୟ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀ, ରାଧାମାଧବ ସଙ୍କୀର୍ତ୍ତନ ମଣ୍ଡଳୀ, କୃଷ୍ଣଗୁରୁ, ମା’ ବୀଣାପାଣି ପୁରୁଷ ସଙ୍କୀର୍ତ୍ତନ ମଣ୍ଡଳୀ, କିସାନ ନୃତ୍ୟ ଏବଂ ମା’ ସେରାବାଲି ଦୁଲଦୁଲି ମେଲୋଡି ବାଜା ସମେତ ମୋଟ ୯ଟି କଳାକାର ଦଳ ଅଂଶଗ୍ରହଣ କରିଥିଲେ।
ପାକେଲପଡ଼ା ସରପଞ୍ଚ ସୂକେଶିନୀ ପଟେଲ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଗୁରୁଶ୍ରୀ ଲକ୍ଷ୍ମଣ ପଟେଲ, ଗୁରୁଶ୍ରୀ ଗଣେଶ ପାଣିଗ୍ରାହୀ, ଗୁରୁଶ୍ରୀ ସୁରେଶ ଚନ୍ଦ୍ର ନାଏକ, ମହୋତ୍ସବର ଆବାହକ ରୂପେଶ ଚନ୍ଦ୍ର ଅଗ୍ରୱାଲ, ତୁମରଚାନ୍ଦ ପ୍ରଧାନ, ଆଦିତ୍ୟ ପାଢ଼ୀ, ଅବନୀ ଦାଶ ଓ ବନମାଳୀ ଖର୍ସେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ମହୋତ୍ସବ ଅବସରରେ ସ୍ଥାନୀୟ କଳା, ସଂସ୍କୃତି ଓ ପାରମ୍ପରିକ କଳାକୁ ଉତ୍ସାହିତ କରିବା ସହ କଳାକାରମାନଙ୍କ ମଧ୍ୟରେ ଭାଇଚାରା ଓ ସାଂସ୍କୃତିକ ଆଦାନପ୍ରଦାନର ବାତାବରଣ ସୃଷ୍ଟି ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ