
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)-
କଟୁରି ଧରି ଆତଙ୍କ ଖେଳାଉଥିଲେ, ଏତଲାର
ଘଣ୍ଟାକ ମଧ୍ୟରେ ଉଠାଇଲା ପୋଲିସ । କଳିଙ୍ଗ ବିହାରରେ ଖଣ୍ଡା କଟୁରି ବୁଲାଇ ଆତଙ୍କ ଖେଳାଇଥିଲେ
ଦୁର୍ବୁତ। ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗ ବିହାର କେ9 ରେ ତୁମୁଳ
କାଣ୍ଡ ଘଟାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ଲଟ ନମ୍ବର ୩୭୩ ରେ ଏଭଳି
ଆତଙ୍କ ନେଇ ଥାନାରେ ହୋଇଥିଲା ଏତଲା । ଏତଲା ଆଧାରରେ ତଦନ୍ତ କରିଥିଲା ପୋଲିସ। ପୂର୍ଵ
ଶତ୍ରୁତାରୁ ଖଣ୍ଡା ଓ କଟୁରି ବୁଲୁଥିବା ସନ୍ଦେହ କରାଯାଉଛି। ଗତକାଲି ଗଣେଶ ପୂଜା ବିସର୍ଜନ ଥିବା
ବେଳେ ରାତିରେ ଘଟିଥିଲା ଏଭଳି ଅଭାବନୀୟ କାଣ୍ଡ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା