ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବମାନଙ୍କ ସମ୍ମିଳନୀରେ ଯୋଗ ଦେଲେ କେଭି ସିଂହଦେଓ
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ଆଜି ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବମାନଙ୍କ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହି ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା
ଅର୍ଥ ସମ୍ମିଳନୀ


ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ଆଜି

ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବମାନଙ୍କ ସମ୍ମିଳନୀର ଉଦ୍ଘାଟନୀ

ଅଧିବେଶନରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଏହି ସମ୍ମିଳନୀରେ କେନ୍ଦ୍ର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ , ମୁଖ୍ୟମନ୍ତ୍ରୀ,

ଉପମୁଖ୍ୟମନ୍ତ୍ରୀ ଓ ଦେଶର ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ

ଦେଇଛନ୍ତି ।

ଏହି ଅବସରରେ କେଭି ସିଂହଦେଓ

କହିଛନ୍ତି ଯେ, “ବିକଶିତ ଭାରତ ଦିଗରେ ଭାରତର ଯାତ୍ରା ପାଇଁ ଅର୍ଥଯୋଗାଣ”

ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ମଞ୍ଚ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନାକୁ ପ୍ରତିଫଳିତ କରୁଛି, ଯେଉଁଠାରେ

ଶିକ୍ଷାଗତ ଗଭୀରତା ସହିତ ବ୍ୟବହାରିକ ନୀତି ମିଶି ଭାରତର ବିକାଶ ପଥକୁ ରୂପରେଖ ପ୍ରଦାନ କରୁଛି। ଏହି

ଅବସରରେ ଆମେ ସମସ୍ତେ ମିଳି ଅର୍ଥଯୋଗାଣ ସମ୍ବନ୍ଧୀୟ ଆହ୍ୱାନ ଓ ନୀତିଗତ ପ୍ରାଥମିକତା ଉପରେ

ବିଚାର-ବିମର୍ଶ କରୁଛୁ, ଯାହା ବିକଶିତ ଭାରତ ଦିଗରେ ଭାରତର ଯାତ୍ରାକୁ ଆକାର ଦେବ। ଏହି

ସାମୂହିକ ଜାତୀୟ ମିଶନରେ ଓଡ଼ିଶା ନିଜର ଆର୍ଥିକ ଦୃଷ୍ଟିକୋଣ ଓ ଅବଦାନ ରଖିବା ପାଇଁ ପ୍ରତିବଦ୍ଧ

ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande