ବିଷ୍ଣୁ ଚରଣ ସେଠୀଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ବିଷ୍ଣୁ ଚରଣ ସେଠୀଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ
ବିଷ୍ଣୁ


ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ବିଷ୍ଣୁ ଚରଣ

ସେଠୀଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ,

ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଶିଷ୍ଟ ରାଜନେତା ତଥା ପୂର୍ବତନ

ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଶ୍ରାଦ୍ଧବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଜନସେବା ପ୍ରତି ତାଙ୍କର ନିଷ୍ଠା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ସୃଜନଶୀଳ ଅବଦାନ ଏବଂ ଜଣେ ନିର୍ଭୀକ ଜନନେତା

ଭାବେ ତାଙ୍କର ଭୂମିକା ସବୁବେଳେ ସ୍ମରଣୀୟ ହୋଇ ରହିବ। ତାଙ୍କର ଚିନ୍ତାଧାରା ଓ ଜନସେବାର

ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ସର୍ବଦା ପ୍ରେରଣା ଯୋଗାଇବ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ବରିଷ୍ଠ ନେତା ତଥା ଧାମନଗରର ପୂର୍ବତନ ବିଧାୟକ ବିଷ୍ଣୁ ଚରଣ

ସେଠୀଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଅର୍ପଣ କରୁଅଛି। ସମାଜସେବା ପ୍ରତି ତାଙ୍କ ଅଟଳ ସମର୍ପଣ ଓ ନିଷ୍ଠା ଆମ ସମସ୍ତଙ୍କ ପାଇଁ ଏକ

ପ୍ରେରଣା।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା କହିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ ରାଜନେତା ତଥା ଧାମନଗରର ପୂର୍ବତନ ବିଧାୟକ ସ୍ବର୍ଗତ

ବିଷ୍ଣୁ ଚରଣ ସେଠୀଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ କହିଛନ୍ତି ଯେ, ଜନସେବା, ସାହିତ୍ୟ ଓ ସମାଜ କଲ୍ୟାଣରେ ବରିଷ୍ଠ ନେତା ସ୍ଵର୍ଗତ ବିଷ୍ଣୁ ସେଠୀଙ୍କ ଅତୁଳନୀୟ ଯୋଗଦାନ

ସଦା ସର୍ବଦା ପ୍ରେରଣାଦାୟୀ। ତାଙ୍କ ଶ୍ରାଦ୍ଧ ଦିବସରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ

ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଧାମନଗରର ପୂର୍ବତନ ବିଧାୟକ

ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande