
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)-ଆଜି ହେଉଛି
ପବିତ୍ର ରାଧାଷ୍ଟମୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା
ରାଜ୍ୟବାସୀଙ୍କୁ ରାଧାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପବିତ୍ର ରାଧା ଅଷ୍ଟମୀ
ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମା’ ରାଧା ରାଣୀଙ୍କ କୃପାରୁ ସମସ୍ତଙ୍କ ଜୀବନ
ସମୃଦ୍ଧିରେ ଭରିଯାଉ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ, ପବିତ୍ର ରାଧାଷ୍ଟମୀ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ
ଶୁଭକାମନା ଜଣାଉଛି ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପବିତ୍ର ରାଧାଷ୍ଟମୀ ଉପଲକ୍ଷେ
ସମସ୍ତ ଓଡ଼ିଶା ବାସୀ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ପବିତ୍ର ରାଧାଷ୍ଟମୀ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
କହିଛନ୍ତି ଯେ, ପ୍ରେମ ଓ ଭକ୍ତିର ଅଧିଷ୍ଠାତ୍ରୀ,
ବୃଷଭାନୁନନ୍ଦିନୀ ଶ୍ରୀ ରାଧାରାଣୀଙ୍କ ପବିତ୍ର ଅବତରଣ ଦିବସ
‘ରାଧାଷ୍ଟମୀ’ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା!ଶ୍ରୀ ରାଧାରାଣୀଙ୍କ କୃପାରୁ
ସମସ୍ତଙ୍କ ଜୀବନରେ ପ୍ରେମ, ଭକ୍ତି, ସୁଖ ଓ ଶାନ୍ତିର ବାସ ହେଉ,
ଏହା ହିଁ ମୋର ପ୍ରାର୍ଥନା। ରାଧେ-ରାଧେ!
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା