ଟିଟିଡିର ଡେପୁଟି ଇଓ ଲୋକନାଥମଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଏସିବିର ଚଢ଼ାଉ
ହାଇଦ୍ରାବାଦ, ୦୨ ସେପ୍େଟମ୍ବର (ହି.ସ.)- ଆନ୍ଧ୍ର ପ୍ରଦେଶ ଦୁର୍ନୀତି ନିରୋଧକ ବ୍ୟୁରୋ (ଏସିବି) ବୁଧବାର ତିରୁପତିସ୍ଥିତ ତିରୁମଲା ତିରୁପତି ଦେବସ୍ଥାନମ୍ (ଟିଟିଡି)ର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ (ଡେପୁଟି ଇଓ) ମେଣ୍ଡୁ ଲୋକନାଥମଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ତାଙ୍କ ସହ ଜଡ଼ିତ ଅନେକ ସ୍ଥାନରେ ଏକ
ଟିଟିଡିର ଡେପୁଟି ଇଓ ଲୋକନାଥମଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଏସିବିର ଚଢ଼ାଉ


ହାଇଦ୍ରାବାଦ, ୦୨ ସେପ୍େଟମ୍ବର (ହି.ସ.)- ଆନ୍ଧ୍ର ପ୍ରଦେଶ ଦୁର୍ନୀତି ନିରୋଧକ ବ୍ୟୁରୋ (ଏସିବି) ବୁଧବାର ତିରୁପତିସ୍ଥିତ ତିରୁମଲା ତିରୁପତି ଦେବସ୍ଥାନମ୍ (ଟିଟିଡି)ର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ (ଡେପୁଟି ଇଓ) ମେଣ୍ଡୁ ଲୋକନାଥମଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ତାଙ୍କ ସହ ଜଡ଼ିତ ଅନେକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଆୟଠାରୁ ଅଧିକ ସମ୍ପତି ଅଭିଯୋଗର ତଦନ୍ତ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏସିବିର ଅନେକ ଟିମ୍ ସକାଳ ପ୍ରାୟ ଛଅଟା ବେଳେ ଏକାସାଙ୍ଗରେ ତଲାସି ଅଭିଯାନ ଆରମ୍ଭ କରିଥିଲେ।

ଏସିବି ଅଧିକାରୀଙ୍କ ଅନୁସାରେ, ଡିଏସପି ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ସାତଟି ଟିମ୍ ପେଦ୍ଦାକାପୁ ଲେଆଉଟ୍ ସ୍ଥିତ ଲୋକନାଥମଙ୍କ ବାସଭବନରେ ଚଢ଼ାଉ କରିଥିଲେ। ଅଧିକାରୀମାନେ ତଲାସି ପାଇଁ ପହଂଚିବା ସମୟରେ ଲୋକନାଥମ ନିଜ ଘରେ ହିଁ ଉପସ୍ଥିତ ଥିଲେ। ଅଧିକାରୀମାନେ ବାସଭବନରେ ଦଲିଲ ଏବଂ ଅନ୍ୟାନ୍ୟ ସମ୍ପତି ସମ୍ବନ୍ଧୀୟ ରେକର୍ଡ ଯାଂଚ କରିଥିଲେ।

ଏହି ସମୟରେ ଏସିବିର ଏକ ଟିମ୍ ତିରୁମଲାସ୍ଥିତ ଲୋକନାଥମଙ୍କ କାର୍ଯ୍ୟାଳୟରେ ମଧ୍ୟ ତଲାସି କରିଥିଲା। ବାସଭବନ ଓ କାର୍ଯ୍ୟାଳୟ ଉଭୟ ସ୍ଥାନରେ ଏକାସାଙ୍ଗରେ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଅଧିକାରୀମାନେ ଲୋକନାଥମଙ୍କ ସମ୍ପର୍କୀୟଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ମଧ୍ୟ ତଲାସି ଅଭିଯାନ ଚଳାଇଥିଲେ।

ସରକାରୀ ସୂତ୍ର ଅନୁସାରେ, ତିରୁମଲାରେ ଲୋକନାଥମଙ୍କ ସହ ଜଡ଼ିତ ଏକ ଗେଷ୍ଟ ହାଉସରେ ମଧ୍ୟ ତଲାସି କରାଯାଇଥିଲା। ଏହା ବ୍ୟତୀତ ତିରୁପତିରେ ତାଙ୍କର ଦୁଇ ଶଳାଙ୍କ ଘରେ ମଧ୍ୟ ଏସିବି ଟିମ୍ଗୁଡ଼ିକ ଏକାସାଙ୍ଗରେ ଚଢ଼ାଉ କରିଥିଲେ। ୟେରପେଡୁ ମଣ୍ଡଳର ଚେଲ୍ଲୂରସ୍ଥିତ ତାଙ୍କ ଭଉଣୀଙ୍କ ଘରେ ମଧ୍ୟ ଅଧିକାରୀମାନେ ତଲାସି କରିଥିଲେ।

ଏସିବି ତିରୁପତିର ଏସଟିଭି ନଗରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଶାଖାରେ ଲୋକନାଥମଙ୍କ ଲକର ମଧ୍ୟ ଖୋଲିଥିଲା। ତଲାସି ସମୟରେ ଅଧିକାରୀମାନଙ୍କ ଦ୍ୱାରା ଜବତ ସମ୍ପତି, ଦଲିଲ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ସମ୍ବନ୍ଧରେ ଏପର୍ଯ୍ୟନ୍ତ ବିସ୍ତୃତ ସରକାରୀ ସୂଚନା ସାମ୍ନାକୁ ଆସିନାହିଁ।

------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande