
ରୀୱା, ୦୨ ସେପ୍େଟମ୍ବର (ହି.ସ.)- ମଧ୍ୟ ପ୍ରଦେଶର ରୀୱା ଜିଲ୍ଲାରେ ଜାତୀୟ ରାଜପଥ ସଂଖ୍ୟା ୩୯ ଉପରେ ବୁଧବାର ସନ୍ଧ୍ୟାରେ ଦ୍ରୁତଗତିରେ ଆସୁଥିବା ବଲ୍କର ଯାତ୍ରୀଭର୍ତି ବସକୁ ଜୋରଦାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି, ଯେତେବେଳେ କି ଅନେକ ଯାତ୍ରୀ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଆଠ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।
ପୁଲିସ ଅନୁଯାୟୀ, ଦୁର୍ଘଟଣା ଗୁଢ଼ ଥାନା ଅଂଚଳରେ ବଦୱାର ବସ ଷ୍ଟାଣ୍ଡ ନିକଟରେ ବୁଧବାର ସନ୍ଧ୍ୟା ପ୍ରାୟ ୫ଟାରେ ଘଟିଥିଲା। ରୀୱାରୁ ସିଧୀ ଯାଉଥିବା ବଘୋର ଟ୍ରାଭେଲ୍ସର ବସକୁ ବଲ୍କର ପଛପଟୁ ଧକ୍କା ମାରିଥିଲା। ଏହା ପରେ ବଲ୍କରଟି ଓଲଟି ପଡ଼ିଥିଲା, ଯେତେବେଳେ କି ବସଟି ରାସ୍ତା କଡ଼ର ଗାତରେ ଯାଇ ପଡ଼ିଥିଲା। ଦୁର୍ଘଟଣା ସମୟରେ ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଧକ୍କା ଏତେ ଭୟଙ୍କର ଥିଲା ଯେ ବସଟି ଚୁରମାର ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ପୁଲିସକୁ ଘଟଣାର ସୂଚନା ଦେଇଥିଲେ। ସୂଚନା ମିଳିବା ମାତ୍ରେ ପୁଲିସ ପ୍ରଶାସନ ଏବଂ ସାହାର୍ଯ୍ୟକାରୀ ଦଳ ଘଟଣାସ୍ଥଳରେ ପହଂଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଯାନରେ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ରୀୱାରେ ଭର୍ତି କରାଯାଇଥିଲା।
ପୁଲିସ ଅନୁଯାୟୀ, ବର୍ତମାନ ଘଟଣାସ୍ଥଳରେ ରାହତ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ ଏବଂ ପ୍ରଶାସନର ଟିମଗୁଡ଼ିକ ସକ୍ରିୟ ଭାବେ କାମ କରୁଛନ୍ତି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି। ପ୍ରଶାସନ ପକ୍ଷରୁ ସ୍ଥିତିକୁ ନିୟନ୍ତ୍ରଣ କରିବାର ପ୍ରୟାସ କରାଯାଉଛି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ