ସେପ୍ଟେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଜୟଶଙ୍କର ୟୁକ୍ରେନ ଏବଂ ପୋଲାଣ୍ଡ ଗସ୍ତ
ନୂଆଦିଲ୍ଲୀ, ୨ ସେପ୍ଟେମ୍ବର (ହି.ସ.)- ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ସେପ୍ଟେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ୟୁକ୍ରେନ ଏବଂ ପୋଲାଣ୍ଡକୁ ସରକାରୀ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ସେ ଉଭୟ ଦେଶର ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆଂଚଳିକ ବିକାଶକୁ ସୁଦୃଢ଼ କରିବା ଉ
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର


ନୂଆଦିଲ୍ଲୀ, ୨ ସେପ୍ଟେମ୍ବର (ହି.ସ.)- ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ସେପ୍ଟେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ୟୁକ୍ରେନ ଏବଂ ପୋଲାଣ୍ଡକୁ ସରକାରୀ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ସେ ଉଭୟ ଦେଶର ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆଂଚଳିକ ବିକାଶକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ସମୟରେ ଜୟଶଙ୍କର ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା ଏବଂ ପୋଲାଣ୍ଡର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ରାଡୋସ୍ଲାବ ସିକୋର୍ସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।

ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗସ୍ତ ସମୟରେ, ଉଭୟ ଦେଶ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢାଇବା ସହିତ ବିଭିନ୍ନ ଆଂଚଳିକ ବିକାଶ ଏବଂ ସାଧାରଣ ସ୍ୱାର୍ଥର ପ୍ରସଙ୍ଗ ଉପରେ ମତ ବିନିମୟ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande