
ମୁମ୍ବାଇ, ୦୨ ସେପ୍େଟମ୍ବର (ହି.ସ.)- ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଏବଂ ସାମାଜିକ କର୍ମୀ ୮୯ ବର୍ଷୀୟ ଅନ୍ନା ହଜାରେଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଛି। ମୁମ୍ବାଇସ୍ଥିତ ବମ୍ବେ ହସ୍ପିଟାଲରେ ଭର୍ତି ଅନ୍ନା ହଜାରେ ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ ଠିକ୍ ଭାବେ ଖାଦ୍ୟ ମଧ୍ୟ ଖାଉଛନ୍ତି।
ଅନ୍ନା ହଜାରେଙ୍କ ସହଯୋଗୀ ଦତା ଟାୱରୀ ବୁଧବାର କହିଛନ୍ତି ଯେ ଡାକ୍ତରମାନେ ଅନ୍ନା ହଜାରେଙ୍କ ପରୀକ୍ଷା କରି ଅବସ୍ଥାରେ ସୁଧାର ପାଇଛନ୍ତି। ତେବେ, ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ନିରୀକ୍ଷଣରେ ରଖିବା ପାଇଁ ହସ୍ପିଟାଲରେ ଆଉ ଦୁଇ ଦିନ ରଖାଯିବ।
ଅନ୍ନା ହଜାରେଙ୍କୁ ସୋମବାର ଦକ୍ଷିଣ ମୁମ୍ବାଇସ୍ଥିତ ବମ୍ବେ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଏହା ପୂର୍ବରୁ ପରୀକ୍ଷା ସମୟରେ ତାଙ୍କ କିଡନୀରେ ସଂକ୍ରମଣ (ରିନାଲ ଇନଫେକ୍ସନ) ନିଶ୍ଚିତ ହୋଇଥିଲା। ଏହା ପରେ ତାଙ୍କୁ ରାଲେଗଣ ସିଦ୍ଧିରୁ ମୁମ୍ବାଇ ଅଣାଯାଇଥିଲା। ହଜାରେଙ୍କୁ ଗତ ସପ୍ତାହରେ ଅହିଲ୍ୟାନଗରର ଏକ ହସ୍ପିଟାଲରେ ଭର୍ତୀ କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କ ଅବସ୍ଥାରେ ସୁଧାର ହୋଇଥିଲା କିନ୍ତୁ କିଡନୀରେ ସଂକ୍ରମଣ ସାମ୍ନାକୁ ଆସିବା ପରେ ତାଙ୍କୁ ଉତମ ଚିକିତ୍ସା ପାଇଁ ମୁମ୍ବାଇର ବମ୍ବେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ