ନେପାଳରେ ବନ୍ୟା ଯୋଗୁଁ ରାସୁୱାଗଢି-କେରୁଙ୍ଗ ଏବଂ ତାତୋପାନି ନାକା ପ୍ରଭାବିତ, ମାନସରୋବର ଯାତ୍ରା ପାଇଁ ହିଲ୍ସା ବିକଳ୍ପ ମାର୍ଗରେ ପରିଣତ
କାଠମାଣ୍ଡୁ, ୨୨ ସେପ୍ଟେମ୍ବର (ହି.ସ.)- ନେପାଳର ଉତର ସୀମା ନାକା ହିଲ୍ସା (ହୁମ୍ଲା) ସମ୍ପ୍ରତି ପୁଣିଥରେ ଚର୍ଚ୍ଚାରେ ରହିଛି । ବନ୍ୟା କାରଣରୁ ରାସୁୱାଗଢି-କେରୁଙ୍ଗ ଏବଂ ତାତୋପାନି ନାକା ପ୍ରଭାବିତ ହେବା ପରେ ମାନସରୋବର-କୈଳାସ ଯାତ୍ରାରେ ଯାଇଥିବା ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ହିଲ୍ସା ବିକଳ୍ପ ମାର୍ଗ
ମାନସରୋବର ଯାତ୍ରା ପାଇଁ ହିଲ୍ସା ବିକଳ୍ପ ମାର୍ଗରେ ପରିଣତ


କାଠମାଣ୍ଡୁ, ୨୨ ସେପ୍ଟେମ୍ବର (ହି.ସ.)- ନେପାଳର ଉତର ସୀମା ନାକା ହିଲ୍ସା (ହୁମ୍ଲା) ସମ୍ପ୍ରତି ପୁଣିଥରେ ଚର୍ଚ୍ଚାରେ ରହିଛି । ବନ୍ୟା କାରଣରୁ ରାସୁୱାଗଢି-କେରୁଙ୍ଗ ଏବଂ ତାତୋପାନି ନାକା ପ୍ରଭାବିତ ହେବା ପରେ ମାନସରୋବର-କୈଳାସ ଯାତ୍ରାରେ ଯାଇଥିବା ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ହିଲ୍ସା ବିକଳ୍ପ ମାର୍ଗରେ ପରିଣତ ହୋଇଛି । ଏହି କାରଣରୁ ହିଲ୍ସାର ଗୁରୁତ୍ୱ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

ଭୋଟେକୋଶି ନଦୀରେ ଆସିଥିବା ବନ୍ୟା କାରଣରୁ କେରୁଙ୍ଗ ଏବଂ ତାତୋପାନି ନାକା ପ୍ରଭାବିତ ହେବା ପରେ ତିବ୍ୱତରେ ପହଂଚିଥିବା ୧୫୦ରୁ ଅଧିକ ଭାରତୀୟ ପର୍ଯ୍ୟଟକ ହିଲ୍ସା ରାସ୍ତାରେ ନେପାଳ ଫେରିଥିଲେ । ପର୍ଯ୍ୟଟକମାନେ ହିଲ୍ସାରୁ ସିମକୋଟ ପହଂଚିଥିଲେ ଏବଂ ସେଠାରୁ ଆକାଶ ପଥରେ ନେପାଳଗଞ୍ଜ ଦେଇ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ । ପର୍ଯ୍ୟଟନ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଏହି ଘଟଣାକ୍ରମ ହିଲ୍ସାକୁ କେବଳ ଏକ ଜରୁରୀକାଳୀନ ବିକଳ୍ପ ମାର୍ଗ ଭାବରେ ନୁହେଁ ବରଂ ଭବିଷ୍ୟତରେ ମାନସରୋବର-କୈଳାସ ଯାତ୍ରାର ନିୟମିତ ପ୍ରବେଶ ଏବଂ ଗମନାଗମନ ପାଇଁ ଏକ ଟ୍ରାଞ୍ଜିଟ୍ ହବ୍ ଭାବରେ ବିକଶିତ କରିବାର ସମ୍ଭାବନା ମଧ୍ୟ ଦେଖାଇଛି ।

ପର୍ଯ୍ୟଟନ ଏବଂ ହୋଟେଲ ବ୍ୟବସାୟୀ ନୋର୍ବୁ ଲାମା କହିଛନ୍ତି ଯେ, ହିଲ୍ସା ଦେଇ ସାମ୍ପ୍ରତିକ ପର୍ଯ୍ୟଟକଙ୍କ ଯାତାୟାତକୁ ଦୀର୍ଘକାଳୀନ ପର୍ଯ୍ୟଟନ ଯୋଜନା ସହିତ ଯୋଡ଼ିବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ, ଭୋଟେକୋଶିରେ ବନ୍ୟା ଯୋଗୁଁ ରସୁୱାଗଢି-କେରୁଙ୍ଗ ଏବଂ ତାତୋପାନି ନାକା ପ୍ରଭାବିତ ହୋଇଥିବାରୁ ମାନସରୋବର-କୈଳାସ ଯାତ୍ରା ପ୍ରଭାବିତ ହୋଇଥିଲା, କିନ୍ତୁ ଏହି ପ୍ରତିବନ୍ଧକ କାରଣରୁ ହିଲ୍ସା ଏକ ବିକଳ୍ପ ଅନ୍ତର୍ଜାତୀୟ ଏବଂ ପର୍ଯ୍ୟଟନ ମାର୍ଗ ଭାବେ ଉଭା ହୋଇଛି । ତାଙ୍କ ମତରେ, ଯଦି ହିଲ୍ସା ଚେକପଏଂଟ ଗୁଡ଼ିକୁ ବ୍ୟବସ୍ଥିତ କରାଯାଏ, ତେବେ ପର୍ଯ୍ୟଟକଙ୍କ ଗତିବିଧି ସହିତ ସ୍ଥାନୀୟ ବାଣିଜ୍ୟ, ହୋଟେଲ, ପରିବହନ, ଗାଇଡ୍, ଟ୍ରେକିଂ ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇପାରେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande