ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ମହିଳା
cm


ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଚମତ୍କାର ସ୍ୱର୍ଣ୍ଣ ପଦକ ବିଜୟ ପାଇଁ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ଏହା ହେଉଛି ନାରୀ ଶକ୍ତି'ର ପ୍ରକୃତ ପ୍ରଦର୍ଶନ। ଲକ୍ଷ୍ୟ ଠାରୁ ଆରମ୍ଭ କରି ସଫଳତା ହାସଲ କରିବା ପର୍ଯ୍ୟନ୍ତ, ଆମର ଝିଅମାନେ ପ୍ରମାଣିତ କରିଛନ୍ତି ଯେ ଯେତେବେଳେ ଭାରତୀୟ ମହିଳାମାନେ ଅଗ୍ରଗତି କରନ୍ତି, ସେମାନେ କେବଳ ପ୍ରତିବନ୍ଧକକୁ ଭାଙ୍ଗନ୍ତି ନାହିଁ, ବରଂ ସଫଳତାର ଏକ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପନ କରନ୍ତି।

ଭାରତ ପାଇଁ ଏହା ଏକ ସ୍ୱର୍ଣ୍ଣିମ ମୁହୂର୍ତ ଏବଂ ବିଶ୍ୱ ମଂଚରେ ଛିଡ଼ା ହେବାର ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ଝିଅ ପାଇଁ ଏହା ଏକ ବଳିଷ୍ଠ ପ୍ରେରଣା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande